ସାମାଜିକ ଦୂରତ୍ୱ ରକ୍ଷା ଲାଗି ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ସ୍ଥାନାନ୍ତର କରିଲା ଭୁବନେଶ୍ୱର ମହାନଗର ନିଗମ

Advertisment
ସାମାଜିକ ଦୂରତ୍ୱ ରକ୍ଷା ଲାଗି ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ସ୍ଥାନାନ୍ତର କରିଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।
ତାହା ଅନୁଯାୟୀ ଆଜିଠାରୁ ୪୫ ଦିନ ଯାଏଁ ଭୁବନେଶ୍ୱରର ଏଜି ଛକସ୍ଥିତ ଏକ ନମ୍ବର ହାଟକୁ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏଣିକି ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।

publive-image କିଛି ପରିବା ବ୍ୟବସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିବେ ବୋଲି ଜଣାଯାଇଛି। ସେଠାରେ ଲୋକେ ନିର୍ଧାରିତ ଦୂରତାରେ ରହି କିଣାବିକା କରିବାକୁ ବି କଡ଼ା ନିର୍ଦେଶ ଦିଆଯାଇଛି। ତେବେ ମହାନଗରରେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe