ମଣ୍ଡି ବିଭ୍ରାଟ, ଚାଷୀଙ୍କ ୪ଘଣ୍ଟା ରାସ୍ତାରୋକ: ବଳକା ଧାନ କିଣିବାକୁ ପ୍ରଶାସନର ପ୍ରତିଶ୍ରୁତି

ଗଜପତି ଜିଲ୍ଲା କାଶୀନଗରରେ ମଣ୍ଡିରେ ଧାନ ବିକ୍ରିରେ ବିଭ୍ରାଟକୁ ନେଇ ଚାଷୀ ଚାଷୀ ତାତିଛନ୍ତି। ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ନଥିଲେ ବି ମଣ୍ଡି‌ରେ ଆଉ ଚାଷୀଙ୍କ ଠାରୁ ଧାନ କିଣା ଯାଉନାହିଁ।

dgdgcv

କାଶୀନଗର: ଗଜପତି ଜିଲ୍ଲା କାଶୀନଗରରେ ମଣ୍ଡିରେ ଧାନ ବିକ୍ରିରେ ବିଭ୍ରାଟକୁ ନେଇ ଚାଷୀ ଚାଷୀ ତାତିଛନ୍ତି। ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ନଥିଲେ ବି ମଣ୍ଡି‌ରେ ଆଉ ଚାଷୀଙ୍କ ଠାରୁ ଧାନ କିଣା ଯାଉନାହିଁ। ଏ ନେଇ ଚାଷୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ବି ଏହାର ସମାଧାନ ନହେବାରୁ ଆଜି ରାସ୍ତାରୋକ କରିବା ସହ ରାସ୍ତାରେ ବସି ପ୍ରତିବାଦ କରିଥିଲେ। ପୂର୍ବରୁ ତିନିଥର ଚାଷୀ ରାସ୍ତାକୁ ଓହ୍ଲାଇଥିବା ବେଳେ ପ୍ରତିଥର ପ୍ରତିଶ୍ରୁତି ମିଳିଥିଲା। ହେ‌ଲେ ଏଥର ଆଉ ନୁହେଁ, ସରକାର ମଣ୍ଡିରେ ଚାଷୀଙ୍କ ବଳକା ଧାନ ନ କିଣିଲେ ରାସ୍ତାରୁ ହଟିବେ ନାହିଁ  ବୋଲି ଅଡ଼ି ବସିଥିଲେ। 

ଖବର ପାଇ ତହସିଲଦାର ସୁଧୀର କୁମାର ନନ୍ଦ ଓ ବିଡିଓ ଡମ୍ବରୁଧର ମଲିକ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ ଚାଷୀ  କିଛି ଶୁଣି ନଥିଲେ। ପରେ ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ପହଞ୍ଚି ଡିସିଆର୍‌ସି ହରିହର ସେଠ୍‌ଙ୍କ ସହିତ ଆଲୋଚନା କରିଥିଲେ। ପ୍ରଶାସନର କହିବା ମୁତାବକ କାଶୀନଗର ଅଞ୍ଚଳରେ ଚାଷୀଙ୍କ ଠାରୁ ୩୧ ହଜାର କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଥିଲା। ବର୍ତ୍ତମାନ୨୭ ହଜାର କ୍ବିଣ୍ଟାଲ କିଣା ସରିଛି। ଆଉ ବଳକା ପ୍ରାୟ ୩୧୦୦ କ୍ବିଣ୍ଟାଲ ଧାନକୁ ଦିନେ ଦୁଇଦିନ ମଧ୍ୟରେ କିଣାଯିବ ବୋଲି ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ  ରାସ୍ତାରୋକରୁ ହଟିଥିଲେ।  

କାଶୀନଗର ଏସ୍‌ବିଆଇ ଛକରେ ଏଆଇକେଏମଏସ୍‌ର ଜିଲ୍ଲା ସମ୍ପାଦକ କେଦାର ଶବର, କେ.ତେଜେଶ୍ୱର ରାଓ, ଆର.ରାଜୁ, କେ.ନାଗରାଜୁ ପ୍ରମୁଖଙ୍କ ନେତୃତ୍ବରେ ଚାଷୀମାନେ ପ୍ରାୟ ୪ ଘଣ୍ଟା ଧରି ରାୟଗଡ଼- ବ୍ରହ୍ମପୁର ରାସ୍ତା ଅବରୋଧ କରିଥିଲେ। ପରୀକ୍ଷାଋତୁ ଚାଲିଥିବାରୁ ବହୁ ପରୀକ୍ଷାର୍ଥୀ, ପରୀକ୍ଷା ପରିଚାଳନା କର୍ମଚାରୀ ଓ ଅଭିଭାବକ ହଇରାଣ ହୋଇଥିଲେ। ହେଲେ ସେମାନଙ୍କୁ ଛାଡ଼ି ଦିଆ ଯାଇଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏସ୍‌ଡିପିଓ ମାଧବାନନ୍ଦ ନାୟକ, କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କ ସମେତ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe