ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ଗିରଫ

Advertisment

ଟୁଇଟ୍ କରି ସୂଚନା ଦେଲେ ପୁଲିସ୍ କମିସନର୍

ଟୁଇଟ୍ କରି ସୂଚନା ଦେଲେ ପୁଲିସ୍ କମିସନର୍

ମାର୍କେଟ୍‌ ବିଲ୍ଡିଂ ଆତଙ୍କରାଜ ଘଟଣା : ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଜେଏନୟୁ ଶୈଳୀରେ ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାରେ ଆଉ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଥିବା ଜଣାଯାଇଛି । ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଆଜି ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାଙ୍କ ନାମ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଛି। ଏଯାବତ୍ ୩୨ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଚିଣ୍ଟୁ ସହ ମିଶି ଗୋପୀ ପ୍ରଥମେ ଏହି ଗଣ୍ଡଗୋଳ ଆରମ୍ଭ କରିଥିଲେ ବୋଲି ଏଥିରେ ଦର୍ଶାଯାଇଛି।


ସୂଚନାଯୋଗ୍ୟ, ଗତମାସ ୧୦ ତାରିଖ ସଂଧ୍ୟାରେ ରାଜଧାନୀରେ ମୁଖାପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଖେଳାଇଥିଲେ ଆତଙ୍କର ବାତାବରଣ। ଅଧ ଘଣ୍ଟା ଲାଗି କୋକୁଆ ଭୟ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ। ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏହି ମୁଖାପିନ୍ଧା ଯୁବକମାନେ।
ଫଳରେ କେଶରୀ ମଲ୍ ନିକଟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ବିକଳରେ ଯିଏ ଯୁଆଡ଼େ ପାରିଲେ, ଦୌଡ଼ିଥିଲେ। ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଉଠା ଦୋକାନୀମାନେ ଦାବି କରିଥିଲେ। ଖବର ପାଇ ଅତିରିକ୍ତ ପୁଲିସ କମିସନର ଅନୁପ ସାହୁ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe