ବୁର୍ଲା : ଏବେ ଚାରି ଆଡ଼େ ଚାଲିଛି ବାହାଘର ସିଜନ୍। ପ୍ରତି ସହର ଓ ଗାଁ ଗଣ୍ଡାରେ ଏକାଧିକ ବାହାଘର ଖୁବ ଧୂମଧାମରେ କରାଯାଉଛି। ମାତ୍ର ଗତ ୨୩ ତାରିଖ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରାର ଅଧ୍ୟାପକ ବୀରେନ୍ଦ୍ର ସାହୁଙ୍କ ଘରେ ହୋଇଥିବା ଗିଫ୍ଟ ବିସ୍ଫୋରଣ ଘଟଣା ଏହି ପୁରାତନ ପରାମ୍ପରାକୁ ଭାଙ୍ଗିବାକୁ ଯାଉଛି। ଲୋକେ ଏଣିକି ବାହାଘରେ ନବ ଦମ୍ପତିଙ୍କୁ ଦିଆଯାଉଥିବା ଉପହାର ବା ଗିଫ୍ଟ ପ୍ୟାକେଟ ଆଦୌ ଗ୍ରହଣ କରିବେ ନାହିଁ ବୋଲି ସଚେତନ ମହଲରେ ଶୁଣିବାକୁ ମିଳୁଛି। ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଗିଫ୍ଟ ପ୍ୟାକେଟ ବିସ୍ଫୋରଣ ଘଟଣା ଆମ ଆଖି ଖୋଲି ଦେଇଛି ବୋଲି ବହୁ ଲୋକ କହୁଛନ୍ତି। ଉପହାର ପ୍ୟାକେଟ ବଦଳରେ ଟଭ୍କାର ଲଫାପା ନିଆଯାଇ ପାରେ କିମ୍ବା ଦିଆଯାଇ ପାରେ ବୋଲି ଚର୍ଚ୍ଚା ହୋଇଛି। ଏମିତିକି ବାହାଘର ନିମନ୍ତ୍ରଣ କାର୍ଡ଼ରେ ଗିଫ୍ଟ ବା ଉପହାର ନଆଣିବାକୁ ଅନୁରୋଧ ବୋଲି ସ୍ପଷ୍ଟ ଛପା ଯିବା ଉଚିତ ବୋଲି ଲୋକେ ମତ ଦେଉଛନ୍ତି। ତେବେ ଲୋକ ଚଳଣିରେ ଆସୁଥିବା ଏହି ପରିବର୍ତ୍ତନକୁ ଲୋକେ ଗ୍ରହଣ କରୁଛନ୍ତି ନା ପୂର୍ବ ଭଳି ଉପହାର ଗ୍ରହଣ କରିବେ ତାହା ଭିନ୍ନ କଥା। ମାତ୍ର ସୋସିଆଲ୍ ମିଡ଼ିଆ ଠାରୁ ଆରମ୍ଭ କରି ଦୋକାନ ବଜାର, ଅଫିସ୍, ସ୍କୁଲ, କଲେଜ ସବୁ ଠାରେ ସେହି ଘଟଣାକୁ ନେଇ ଲୋକେ ଆଲୋଚନା କରୁଛନ୍ତି। ଗିଫ୍ଟ ବିସ୍ଫୋରଣ ଘଟଣାର ଭୟାବହ ଦୃଶ୍ୟର ଫଟୋ ଓ ଭିଡ଼ିଓ ଦିନକୁ ଦିନ ଅଧିକ ଭାଇରାଲ୍ ହେଉଥିବା ଦେଖାଯାଉଛି।
ବାହାଘର ଗିଫ୍ଟ ଗ୍ରହଣ କରିବାକୁ ଡରୁଛନ୍ତି ଲୋକେ
Advertisment
Follow Us