Image Courtesy of Times of India
ଚଣ୍ଡିଖୋଲ: ହୋମିଓପ୍ୟାଥିକ ଡାକ୍ତରର ମିଥ୍ୟା ପରିଚୟ ଦେଇ ବିବାହ କରିବା ପରେ ପତ୍ନୀଙ୍କୁ ନିର୍ଯାତନା। ଶେଷରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ଧାଉଡ଼ିଆପଦା ଗ୍ରାମର ଧ୍ରୁବ ଚରଣ ପାତ୍ର। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଶର୍ମିଷ୍ଠା ପାତ୍ରଙ୍କୁ ସେ ୨୦୨୦ ରେ ବିବାହ କରିଥିଲେ। ବିବାହ ସମୟରେ ସେ ଜଣେ ହୋମିଓପ୍ୟାଥିକ ଡାକ୍ତର ବୋଲି କନ୍ୟାଘର ପରିବାରକୁ ସୂଚନା ଦେଇଥିଲେ। ବାହାଘର ପରେ ସତ ଜଣାପଡ଼ିଯାଇଥିଲା।
ସେ ଡାକ୍ତର ହୋଇନଥିବା ଶର୍ମିଷ୍ଠା ଜାଣିବା ପରେ ତାଙ୍କ ବାପଘକରକୁ ଜଣାଇଥିଲେ। ଏହାପରେ ତାଙ୍କ ଉପରେ ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସେ ବାପଘରୁ ଆଣିଥିବା ସୁନାଗହଣାକୁ ଶାଶୂଘର ଲୋକେ ବ୍ୟାଙ୍କରେ ବନ୍ଧକ ରଖି ଋଣ ଉଠାଇଥିଲେ। କିଛି ଗହଣା ବିକ୍ରି ମଧ୍ୟ କରିଦେଇଥିଲେ। ନିର୍ଯାତନା ବଢ଼ିବାରୁ ଶର୍ମିଷ୍ଠା ଗତ ଏକବର୍ଷ ହେବ ନିଜ ବାପଘରେ ରହୁଥିଲେ। କୌଣସି ସମାଧାନ ନହେବାରୁ ଗତ ୧୮ ତାରିଖ ଦିନ ସେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ କରି ଆଜି ଧ୍ରୁବ ପାତ୍ରକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
Follow Us