ଭଲ ପାଇ ବାହା ହୋଇଥିଲେ, ୧୦ବର୍ଷ ପରେ ସ୍ୱାମୀକୁ ଛାଡି ଅନ୍ୟ ଯୁବକ ସହିତ ଚାଲିଗଲେ ସ୍ତ୍ରୀ, ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ଜନୈକ ଯୁବକଙ୍କୁ ୧୦ବର୍ଷ ପୂର୍ବେ ପ୍ରେମ ବିବାହ କରି ୯ବର୍ଷର ପୁଅକୁ ଧରି ଅନ୍ୟ ଜଣେ ଯୁବକଙ୍କ ସହିତ ଚାଲିଗଲେ ସ୍ତ୍ରୀ। ଘରୁ ଅଧା ଭାଗ ନେବା ପାଇଁ ସ୍ୱାମୀକୁ ଧମକ ଦେଉଥିବାବେଳେ ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ...

Married for love,  After 10 years, the wife left her husband and went with another man,  The husband was at the police station

Married for love, After 10 years, the wife left her husband and went with another man, The husband was at the police station Photograph: (sambad.in)

ବୈଶିଙ୍ଗା: ଜନୈକ ଯୁବକଙ୍କୁ ୧୦ବର୍ଷ ପୂର୍ବେ ପ୍ରେମ ବିବାହ କରି ୯ବର୍ଷର ପୁଅକୁ ଧରି ଅନ୍ୟ ଜଣେ ଯୁବକଙ୍କ ସହିତ ଚାଲିଗଲେ ସ୍ତ୍ରୀ। ଘରୁ ଅଧା ଭାଗ ନେବା ପାଇଁ ସ୍ୱାମୀକୁ ଧମକ ଦେଉଥିବାବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ।

ସୂଚନା ଅନୁଯାଇ ଅଙ୍ଗାରୁଆ ଗ୍ରାମର ଗୌରହରି ସିଂ ଆଜକୁ ୧୦ବର୍ଷ ପୂର୍ବେ ସରସ୍ବତୀ ସିଂକୁ ଭଲ ପାଇ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ୯ବର୍ଷର ପୁଅ ମଧ୍ୟ ଅଛି। ତେବେ ଦୀର୍ଘଦିନ ହେବ ସରସ୍ୱତୀ ବିଭିନ୍ନ ସମୟରେ ନିଶାପାଣି ଖାଇ ଗ୍ରାମର ଏକାଧିକ ପୁରୁଷଙ୍କ ସହିତ ଖରାପ ସମ୍ପର୍କ ରଖି ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ଗୌରହରି। 

ଏନେଇ ସେ ସ୍ତ୍ରୀକୁ ତାଗିଦ କଲେ ସରସ୍ବତୀ ମିଛ କେଶରେ ଫସାଇ ଦେବାକୁ ଧମକ ଦିଅନ୍ତି। ତେବେ ପରେ ପୁଣି ଆପୋଷ ବୁଝାମଣା ହୋଇ ଦୁଇ ଜଣ ସାଙ୍ଗରେ ରହୁଥିଲେ। ହେଲେ ଆଜକୁ ପ୍ରାୟ ୨ବର୍ଷ ହେବ ସରସ୍ବତୀ ନିଜ ପୁଅକୁ ନେଇ ଗ୍ରାମର ଅନ୍ୟ ଜଣେ ଯୁବକ ଜନ୍ମଜୟ ସିଂ ସହିତ ରେମୁଣା ଗୋଳେଇରେ ରହୁଛନ୍ତି।

ଅଧିକ ପଢ଼ନ୍ତୁ: ଦିନରେ ପ୍ରେମିକାକୁ ରାତିରେ ଘରଲୋକ ସ୍ଥିର କରିଥିବା ଯୁବତୀଙ୍କୁ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଗଲାବେଳେ ଘରର ଆସବାବପତ୍ର ସମେତ ଟଙ୍କା ପଇସା ମଧ୍ୟ ନେଇଯାଇଥିଲେ। ହେଲେ ଏବେ ପୁଣି ମିଛ କେଶ କରିବାର ଧମକ ସହିତ ଟୋକା ଲଗେଇ ଜୀବନରୁ ମାରିଦେବାର ଧମକ ଦେଇ ଜାଗାବାଡ଼ି ଅଧା ନେବ ବୋଲି କହୁଛନ୍ତି ସରସ୍ୱତୀ। 

ତେବେ ଏନେଇ ଗୌରହରି ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଉପଭୋକ୍ତାଙ୍କୁ ଆଶ୍ବସ୍ତି: ସ୍ମାର୍ଟ ମିଟର ଭଡାରେ ରିହାତି,ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe