ବିଷପାନ କରି ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

Advertisment
ପରକୀୟା ପ୍ରୀତିର କରୁଣ ପରିଣତି: ଫାଶୀ ଲଗାଇ ନବବଧୂଙ୍କ ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମର ଜଣେ ନବ ବିବାହିତା ଯୁବକ ଗତକାଲି ରାତିରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ମାଝିଗୁଡ଼ା ଗ୍ରାମର ଧନ ସିଂ ମୁଦୁଲି (୨୨) ବୋଲି ଜଣାପଡିଛି। ଏ ନେଇ ଆଜି ରାତି ମୃତ ଧନ ସିଂ ମୁଦୁଲିର ବାପା କୃଷ୍ଣ ମୁଦୁଲି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମର ଧନ ସିଂ ମୁଦୁଲି ଦୁଇ ମାସ ତଳେ ଝରିଗାଁ ବ୍ଲକ ଅନ୍ତର୍ଗତ ଟେମରା ପଞ୍ଚାୟତର ପଡଲାଗୁଡ଼ାରେ ବିବାହ କରିଥିଲା। ତେବେ ଗତକାଲି ରାତି ପ୍ରାୟ ସାଢେ଼ ୭ ଘଣ୍ଟା ସମୟରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବିଷପାନ କରିଥିଲା। ପରିବାର ଲୋକେ ତୁରନ୍ତ ଧନ ସିଂକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ।

ତେବେ ଅବସ୍ଥା ଗୁରୁତର ପରେ ଧନ ସିଂ ମୁଦୁଲିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର ୧୨ ଘଣ୍ଟା ସମୟରେ ଧନ ସିଂ ଭତରାଙ୍କ ମୃତ୍ୟୁ ଘଟିଥିଲା।  ଏହାର ତଦନ୍ତ ପୁଲିସ ଏ ଏସ ଆଇ ବିଜୟ ସାହୁ କରୁଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe