ପ୍ରେମରେ ବିଫଳ ହୋଇ ନାବାଳିକାଙ୍କୁ କିରାସିନି ଢାଳି ପୋଡ଼ିଦେଲା ବିବାହିତ ଯୁବକ

ପ୍ରେମରେ ବିଫଳ ହୋଇ ନାବାଳିକାଙ୍କୁ କିରାସିନି ଢାଳି ପୋଡ଼ିଦେଲା ବିବାହିତ ଯୁବକ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଗିଁଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହୋଇ ନାବାଳିକାଙ୍କୁ କିରାସିନି ଢାଳି ଜାଳି ମାରିଦେଲା ବିବାହିତ ଯୁବକ।

ଘଟଣାରୁ ପ୍ରକାଶ ଖଇରା ଥାନା ଅଧୀନ ବାରିଗିଁଆ ଗାଁର ଜଣେ ବିବାହିତ ଯୁବକ ଦୟାନିଧି ଜେନା ସେହି ଗାଁର ଜଣେ ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଆସୁଥିଲେ। ହେଲେ ପ୍ରେମରେ ବିଫଳ ହେବାପରେ ଆଜି ଛାତ୍ରୀଜଣକ ସକାଳେ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିବା ସମୟରେ ଉକ୍ତ ଯୁବକଜଣକ ଗାଁ ମଝିରୁ ଛାତ୍ରୀଜଣକୁ ଟାଣିନେଇ ଏକ ପାଇଖାନା ନିକଟରେ କିରାସିନି ଢାଳି ପୋଡ଼ି ମାରିଦେଇଥିଲେ। ପ୍ରେମରେ ବିଫଳ ହୋଇ ଯୁବକଜଣକ ଏମିତି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe