ନିଜ ଦେହରେ ନିଆଁ ଲଗାଇ ବିବlହିତା ମହିଳାଙ୍କ ଆତ୍ମହତ୍ୟା

Advertisment
ନିଜ ଦେହରେ ନିଆଁ ଲଗାଇ ବିବlହିତା ମହିଳାଙ୍କ ଆତ୍ମହତ୍ୟା

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମରେ ଗତକାଲି ରାତିରେ ଭାନୁମତୀ ଧାରୁଆ ନାମ୍ନୀ ଜନୈକା ମହିଳା ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛିl

publive-image image source--sarv jankari

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ କିଛିମାସ ତଳେ ଭାନୁମତୀ ବେହେରାମାଲ ଗ୍ରାମର ବିଜୟ ଭୋଇଙ୍କ ସହ ପ୍ରେମ ବିବାହ କରି ଥିଲେl କାମ ଅନ୍ୱେଷଣରେ ତାମିଲନାଡ଼ୁ ଯାଇ ସେଦୁହେଁ କିଛି ମାସ ରହିଥିଲେl ଗତକାଲି ସ୍ୱାମୀଙ୍କ ସହ ଝଗଡ଼ା ହେବା ପରେ ଭାନୁମତୀ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେl ସମ୍ପୂର୍ଣ୍ଣ ଦଗ୍ଧ ହୋଇଥିବା ଭାନୁମତୀଙ୍କୁ ପରିବାର ଲୋକେ ବୁର୍ଲା ଡାକ୍ତରଖାନାକୁ ନେଇଥିଲେl ଆଜି (ଶନିବାର) ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛିl ତେବେ ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଡୁଙ୍ଗୁରିପାଲି ଥାନାରେ କେହି ଏନେଇ କେହି ଅଭିଯୋଗ କରି ନଥିବା ଆଇ. ଆଇ. ସି. ଭାନୁଶଙ୍କର ଯାଦବ କହିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe