୮ ମାସ ତଳେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ ଯୁବତୀ, ଆଜି ମିଳିଲା ମୃତଦେହ

Advertisment
୮ ମାସ ତଳେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ ଯୁବତୀ, ଆଜି ମିଳିଲା ମୃତଦେହ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ କବିସାହି ରାସ୍ତା ପାର୍ଶ୍ୱରୁ ଆଜି ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ ମାଳଦା ଗ୍ରାମର ଜନୈକ ମହିଳା ନପଙ୍ଗ ଗ୍ରାମର ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ମହିଳା ହେଲେ ମାଳଦା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ବିନୀ ଦାସ(୨୩)। ସେ ୮ ମାସ ତଳେ ନପଙ୍ଗ କବିସାହିର ଜଣେ ବିବାହିତ ପୁରୁଷଙ୍କୁ ବିବାହ କରିଥିଲେ।  ତାଙ୍କ ମୃତଦେହ ନିକଟରେ ଏକ ଗାମୁଛା ପଡ଼ିଥିବାରୁ ତାଙ୍କୁ ଗାମୁଛା ସହାୟତାରେ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି। ସେପଟେ ମହିଳାଙ୍କ ଶାଶୂଘର ଲୋକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଣେ ବାପ ଘରଲୋକେ ତପସ୍ବିନୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe