Martyr Lalu Murmu indulged in Panchbhoot with national dignity: 12-year-old son said he will serve the country as a soldier when he grows up
ରାଇରଙ୍ଗପୁର: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ପଞ୍ଚଭୂତରେ ବିଲୀନ ହୋଇଛି ସହିଦ ଲାଲୁ ମୁର୍ମୁଙ୍କ ପାର୍ଥିବ ଶରୀର। ତାଙ୍କର ୧୨ ବର୍ଷର ପୁଅ କହିଲେ ବଡ଼ ହେଲେ ସୈନିକ ହେବି ଦେଶ ସେବା କରିବି ସୋମବାର ଏଭଳି ଏକ ହୃଦୟସ୍ପର୍ଶୀ କଥା କହି ସେ ଲୋକଙ୍କ ମନରେ ଦେଶପ୍ରେମ ଭାବନା ଜାଗ୍ରତ କରିଛନ୍ତି।
ଭାରତୀୟ ବିଏସ୍ଏଫ୍ ୧୨୧ ବାଟାଲିଓନରେ ଦେଶ ସେବାରେ ତ୍ରିପୁରାରେ କର୍ତ୍ତବ୍ୟରତ ଭାବେ ସହିଦ୍ ହୋଇଥିବା ଲାଲୁ ମୁର୍ମୁଙ୍କ ପୁଅ ସାମାଇ ଏଭଳି କହିଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମପଞ୍ଚାୟତର ରାଇବାଡ଼ି ଗ୍ରାମର ଲାଲୁ ମୁର୍ମୁ ବିଏସ୍ଏଫ୍ରେ ୧୫ ବର୍ଷ ୧ ମାସ ୧୭ ଦିନ ଧରି ଭାରତ ମାତାର ସେବା କରି ଗତ ସେପ୍ଟେମ୍ବର ୧୩ ତାରିଖ ଦିନ ସହିଦ୍ ହୋଇଥିଲେ। ଏହି ଖବର ନେଇ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଥିଲା।
ଦୁଇ ଦିନର ଅପେକ୍ଷା ପରେ ସୋମବାର ଜନ୍ମମାଟିରେ ସହିଦ୍ ଯବାନଙ୍କ ମର ଶରୀର ପହଞ୍ଚିଥିଲା। ପ୍ରଶାସନ, ସମାଜ ସେବୀ ତଥା ଅଂଚଳବାସୀ ଏକ ତ୍ରିରଙ୍ଗା ରାଲି କରି ତିରିଙ୍ଗ ଥାନା ସମ୍ମୁଖରୁ ଗ୍ରାମରେ ନେଇ ତାଙ୍କର ପାର୍ଥିବ ଶରୀରକୁ ପହଞ୍ଚି ଥିଲେ। ଗ୍ରାମରେ ଶୋକାକୁଳ ପରିବେଶରେ ବୀର ସହିଦ୍ ଅମର ରହେ, ଭାରତ ମାତାକୀ ଜୟ ଧ୍ୱନୀରେ ସହିଦ୍ଙ୍କ ଗାଁ ପ୍ରକମ୍ପିତ ହୋଇ ଉଠିଥିଲା।
ତେବେ ପରିବାରକୁ ପ୍ରତିପୋଷଣ କରୁଥିବା ପୁତ୍ରକୁ ହରାଇ ମା’ ଓ ବାପା ଚିନ୍ତାରେ ଭାଙ୍ଗି ପଡ଼ିଥିବା ବେଳେ ସ୍ଵାମୀଙ୍କ ମୃତ୍ୟୁକୁ ସହି ନପାରି ବାରମ୍ବାର ଅଚେତ ହୋଇଯାଇଥିଲେ ସହଧର୍ମିଣୀ ସୁନିତା ମୁର୍ମୁ । କେମିତି ପରିବାର ଚଳାଇବି ଓ ଦୁଇଟି ଶିଶୁଙ୍କୁ ମଣିଷ କରିବି କହି କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ସେ ପ୍ରତିକ୍ରିୟା ରଖିଥିଲେ ।
Follow Us