ଜାତୀୟ କ୍ରୀଡା ଦିବସରେ ମଶାଲ ଶୋଭାଯାତ୍ରା 

Advertisment
ଜାତୀୟ କ୍ରୀଡା ଦିବସରେ ମଶାଲ ଶୋଭାଯାତ୍ରା 

ଜୟପୁର: ଜୟପୁର ଉପଖଣ୍ଡ କ୍ରିଡା ସଂସଦ ପକ୍ଷରୁ ଆଜି ଜାତୀୟ କ୍ରିଡା ଦିବସ ପାଳନ କରାଯାଇଛି। ସ୍ଥାନୀୟ ତାରିଣୀଛକ ସ୍ଥିତ ଜଗଦୀଶଚନ୍ଦ୍ର ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟରେ ହକି ଯାଦୁଗର ଧ୍ୟାଚନାନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରାଯାଇଥିଲା। ବିଦ୍ୟାଳୟରୁ ମଶାଲ ଶୋଭାଯାତ୍ରା ବାହାରି ଥିବାବେଳେ ସ୍ବାସ୍ଥ୍ୟ ହଁ ସମ୍ପଦ ଆଦି ବିଷୟରେ ପିଲାମାନେ ସ୍ଲୋଗାନ ଦେଇ ରାଲି ସହର ମୁଖ୍ୟ ରାସ୍ତା ଦେଇ ଟାଉନ ଥାନାରେ ନିକଟରେ ପଞ୍ଚିଥିଲା। ସେଠାରେ କୋରାପୁଟ ଜିଲ୍ଲା କ୍ରିଡା ସଂସଦର ସମ୍ପାଦକ ଅନୁପ ପାତ୍ର, ଉପଖଣ୍ଡ କ୍ରିଡା ସଂଦର ସମ୍ପାଦକ ରବି ନାୟକ, ଉପସଭାପତି ବାଲା ରାୟ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ଜୈନ, ଯୁଗ୍ମ ସମ୍ପାଦକ ପଞ୍ଚାନନ ପାଳ, ୱାଇ ପ୍ରସାଦ ମିଶ୍ର, ତାରିଣୀ ପାଣିଗ୍ରାହୀ, ଭବାନୀ ପ୍ରସାଦ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ଶିକ୍ଷକ ବାସୁଦେବ ସେନାପତି ଓ ନିରଞ୍ଜନ ପାଣିଗ୍ରାହୀ ପ୍ରାଣିଗ୍ରାହୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥି‌ଲେ।

ସେହିପରି ଜଗଦୀଶଚନ୍ଦ୍ର ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦୀପଙ୍କ ତତ୍ବାବଧାନରେ ଜାତୀୟ କ୍ରିଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୀବନୀ ବିଷୟରେ ଶିକ୍ଷକଶିକ୍ଷୟିତ୍ରୀମାନ‌େ ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟଳୟରେ କବାଡି ଓ ଖୋ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷୟିତ୍ରୀ ଏ.ସ୍ବେତା, ମାଧୁରୀ ମଧୁମିତା, ସୁଧାରାଣୀ ଭୂପତି, ମଞ୍ଜୁଳା ପାଣିଗ୍ରାହୀ, କମଳଲୋଚନ ଶିଶା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe