ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ମଶାତେଲ ଦୁର୍ନୀତି ଘଟଣା: ତତ୍କାଳୀନ ନିର୍ବାହୀ ଅଧିକାରୀଙ୍କ ସମେତ ୪ ଗିରଫ

Advertisment

ଝାରସୁଗୁଡ଼ା ପୌରପାଳିକାରେ ହୋଇଥିବା ମଶାତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ଝାରସୁଗୁଡ଼ା...

ଝାରସୁଗୁଡ଼ା ପୌରପାଳିକାରେ ହୋଇଥିବା ମଶାତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ଝାରସୁଗୁଡ଼ା...

ssffsfs

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକାରେ ହୋଇଥିବା ମଶାତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ଝାରସୁଗୁଡ଼ା ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୩ ଜଣଙ୍କ ମଧ୍ୟରେ ପୌରପାଳିକାର ପରିମଳ ସୁପରଭାଇଜର ବିଶ୍ବରଞ୍ଜନ ସାହୁ, ପରିମଳ ନିରୀକ୍ଷକ ବିକାଶ ପଶାୟତ ଓ ମଶାତେଲ ଯୋଗାଣକାରୀ ସଂସ୍ଥା ଝାରସୁଗୁଡ଼ାର ଫ୍ୟୁଜନ୍‌ ଗ୍ରୁପ୍‌ ମାଲିକ ଆଶୁତୋଷ ଶର୍ମା ରହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ରାଉରକେଲା ଏସ୍‌ପି ନରହରି ନାୟକ ସୂଚନା ଦେଇଛନ୍ତି।

ଆର୍ଥିକ ବର୍ଷ ୨୦୨୨-୨୩ରେ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ମଶାତେଲ ଯୋଗାଣ ପାଇଁ ଏକ ଟେଣ୍ଡର ବାହାରିଥିଲା। ତାହା କେବଳ ୩ଟି ଛୋଟ ଖବରକାଗଜରେ ବାହାରିଥିଲା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ୩ ଜଣ ଟେଣ୍ଡର ପକାଇଥିବା ବେଳେ ସର୍ବାଧିକ ଦର ଲିଟର ପିଛା ୭୪୦ ଟଙ୍କା ଥିବା ଫ୍ୟୁଜନ୍‌ ଗ୍ରୁପ୍‌କୁ ହିଁ ଦାୟିତ୍ବ ଦିଆଯାଇଥିଲା। ବିଗତ ବର୍ଷରେ ୭୭ ଟଙ୍କାରେ ଏହି ମଶାତେଲ କିଣାଯାଇଥିବା ବେଳେ ତତ୍କାଳୀନ ଇଓ ଶ୍ରୀ ତାଣ୍ଡି ଓ ସୁପରଭାଇଜର ଶ୍ରୀ ସାହୁ ଓ ପରିମଳ ନିରୀକ୍ଷକ ଶ୍ରୀ ପଶାୟତ ଲିଟର ପିଛା ଅଧିକ ୬୬୦ ଟଙ୍କାରେ ମଶାତେଲ କିଣିବାକୁ ସ୍ଥିର କରିଥିଲେ।

ଫ୍ୟୁଜନ୍‌ ଗ୍ରୁପ୍‌ରୁ ପୌରପାଳିକା ୯୫୦୦ ଲିଟର ମଶାତେଲ କିଣିଥିବା ବେଳେ ଏଥିପାଇଁ ପୌରପାଳିକା ୬୮ ଲକ୍ଷ ୮୯ ହଜାର ୪୦୦ ଟଙ୍କା ପୈଠ କରିଥିଲା। ୨ ପ୍ରତିଶତ ଜିଏସ୍‌ଟି ଓ ପ୍ରକୃତ ଦରକୁ ବାଦ୍‌ ଦେଇ ମୋଟ ୬୧ ଲକ୍ଷ ୪୪ ହଜାର ୬୦୦ ଟଙ୍କା ସରକାରୀ ପାଣ୍ଠିରୁ ଅଧିକ ପୈଠ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ପରେ ଭିଜିଲାନ୍ସ ଆଜି ଏକ ମାମଲା ରୁଜୁ କରିଥିବା ବେଳେ ସକାଳ ୧୦ଟାରୁ ଅଭିଯୁକ୍ତଙ୍କୁ ମାରାଥନ୍‌ ଜେରା କରିଥିଲା। ଭିଜିଲାନ୍ସ ଡିଏସ୍‌ପି କଳାବତୀ ବାଗଙ୍କ ନେତୃତ୍ବରେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣିଆ ଟିମ୍‌ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ରେ ପଚରାଉଚରା କରିବା ପରେ ସନ୍ଧ୍ୟାରେ ସେମାନଙ୍କୁ ଝାରସୁଗୁଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe