ବଢ଼ିଛି ଶ୍ରାବଣ ଛତୁର ଚାହିଦା: କିଲୋ ପିଛା ୧୬୦୦ ଟଙ୍କା

ବଢ଼ିଛି ଶ୍ରାବଣ ଛତୁର ଚାହିଦା: କିଲୋ ପିଛା ୧୬୦୦ ଟଙ୍କା

ଜୟପୁର: ଶ୍ରାବଣ ମାସ ସରିବା ଉପରେ ତେବେ ଶ୍ରାବଣ ଛତୁର ଦର କିନ୍ତୁ କମିବା ନାଁ ନେଉନି। ଆଜି କୋରାପୁଟ ଜିଲ୍ଲା ଜୟପୁର ବଜାରରେ କିଲୋ ପ୍ରତି ୧୬ଶହ ଟଙ୍କାରେ ଏହି ଛତୁ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟରାସ୍ତାର ପ୍ରିନିସେସ୍ ହୋଟେଲ ସମ୍ମୁଖରେ ବସିଥିବା ଅଳ୍ପ କିଛି ମହିଳା ଏହି ଛତୁ ବିକ୍ରି କରୁଥିବା ବେଳେ ଏହାର ପ୍ରବଳ ଚାହିଦା ଦେଖିବାକୁ ମିଳିଥିଲା। ଧିରେ ଧିରେ ଏହି ଛତୁ ବାହାରିବା କମୁଥିବାରୁ ଏହାର ଦର କମିବା ନାଁ ନେଉନି।

ଅପରପକ୍ଷରେ ଜଙ୍ଗଲରୁ ସଂଗ୍ରହ କରି ଏହି ଛତୁ ବିକ୍ରି କରୁଥିବା ସଂଗ୍ରହକାରୀମାନଙ୍କ ଠାରୁ ଢ଼େର ୪ଗୁଣା ଅଧିକା ଲାଭ ଏହାକୁ ବିକ୍ରି କରୁଥିବା ଲୋକେ ପାଉଛନ୍ତି। କିଲୋ ପିଛା ଏମାନଙ୍କ ଠାରୁ ବେପାରୀମାନେ ୨୦୦ଟଙ୍କାରେ କିଣୁଥିବା ବୈପାରୀଗୁଡା ଅଂଚଳର ଧୋବି ସାନ୍ତା କହିଛନ୍ତି। ବଜାରକୁ ଏହି ଛତୁ ଆସିବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ସରି ଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe