ଶେଷରେ ଚେତିଲା ପ୍ରଶାସନ; ରାଉରକେଲାରେ ମାସ୍କ ବାଧ୍ୟତାମୂଳକ

Advertisment
ଘୋଷଣାରେ ଅଟକିଛି ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌; କମିସନରେଟ୍‌ ପୁଲିସର ସମାନ ସ୍ଥିତି, ହଟିଗଲା ଇଏସ୍‌ଆଇ ମେଡ଼ିକାଲ କଲେଜ

ରାଉରକେଲା: ଶେଷରେ ଚେତିଛି ରାଉରକେଲା ପ୍ରଶାସନ। ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସଠିକ୍ ଭାବେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ଆଜି ଆର୍‌ଏମ୍‌ସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସହରରେ ବସବାସ କରୁଥିବା ଏବଂ ବିଭିନ୍ନ କାମରେ ବାହାରୁ ଆସୁଥିବା ଜନସାଧାରଣ ନାକ, ପାଟିକୁ ଭଲଭାବେ ଘୋଡ଼ାଇ ମାସ୍କ ପିନ୍ଧିବାକୁ ନିଗମ ପକ୍ଷରୁ କୁହାଯାଇଛି। ସେହିଭଳି ସହରରେ ଥିବା ବିଭିନ୍ନ ଦୋକାନ, ସପିଂ ମଲ ସହିତ ପେଟ୍ରୋଲ ଟାଙ୍କିଗୁଡ଼ିକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଯେଉଁ ଗ୍ରାହକମାନେ ଆସିବେ ସେମାନଙ୍କୁ ଦୋକାନୀ କୌଣସି ଜିନିଷ ବିକ୍ରି କରିବେ ନାହିଁ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହାସହ ସାଧାରଣ ଲୋକଙ୍କ ସୂଚନା ପାଇଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବା ଦୋକାନ ଆଗରେ ନୋ ମାସ୍କ ନୋ ଏଣ୍ଟ୍ରି ଏବଂ ନୋ ମାସ୍କ ନୋ ଗୁଡ୍ସ’ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

publive-image

ରାଉରକେଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ନିୟମିତ ମାସ୍କ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହାସହ ବିଭିନ୍ନ କୋଭିଡ୍ ଲକ୍ଷଣ, ଯଥା- ଥଣ୍ଡା, ଜ୍ୱର, କାଶ, ଛିଙ୍କ ଆଦି ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ସହିତ ସେକ୍ଟର-୧ ସ୍ଥିତ ସେଲ୍‌ ହେଲଥ ସେଣ୍ଟର, ସେକ୍ଟର-୬ସ୍ଥିତ ସେଲ ହେଲଥ ସେଣ୍ଟରରେ କୋଭିଡ୍ ପରୀକ୍ଷାର ସୁବିଧା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe