ଭିମସାରରୁ ୧୦୦ ଏନ୍‌-୯୫ ମାସ୍କ ଗାଏବ, ସନ୍ଦେହରେ କର୍ତ୍ତୃପକ୍ଷଙ୍କ ଭୂମିକା

Advertisment

ତନାଘନା ପରେ ହିସାବ ମିଳିଲା!

ତନାଘନା ପରେ ହିସାବ ମିଳିଲା!

ଭିମ୍‌ସାରରେ ଅସ୍ତ୍ରୋପଚାର ପାଇଁ ଟଙ୍କା ଦାବି, ୧୫ ହଜାର ଟଙ୍କା ନଦେବାରୁ ଡିସଚାର୍ଜ ହେଉନି

image source-new indian express

ସମ୍ବଲପୁର : କରୋନା ବିରୋଧରେ ଲଢୁଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ମିଳୁନି ଏନ୍‌-୯୫ ମାସ୍କ୍‌। ‘ସମ୍ବାଦ’ରେ ଏଭଳି ଖବର ପ୍ରକାଶ ପରେ ଭିମ୍‌ସାରରେ ଚାଲିଥିଲା ତନାଘନା। ସେଥିରୁ ଜଣାପଡ଼ିଲା ଭିମସାରକୁ ଏଥିଲାଗି ଯେତେ ଏନ୍‌-୯୫ ମାସ୍କ ଆସିଥିଲା ସେଥିରୁ ୧୦୦ଟି ମାସ୍କ୍‌ ଗାଏବ କରି ଦିଆଯାଇଛି। ଡାକ୍ତର ନର୍ସଙ୍କ ପାଇଁ ଆସିଥିବା ମାସ୍କ୍‌ କୁଆଡ଼େ ଗଲା ତାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଥାନାରେ ଏ ସଂପର୍କରେ ଏତଲା ଦିଆଯିବା ବଦଳରେ ଦାୟିତ୍ବ ଖସାଇବା ପାଇଁ ମାସ୍କ ମିସ୍‌ପ୍ଲେସ ହୋଇଥିବା ନେଇ ଷ୍ଟେସନ ଡାଏରି କରାଯାଇଛି। ମାତ୍ର ମେଡିକାଲ ଅଧୀକ୍ଷକ କିମ୍ବା ଭିମ୍‌ସାର କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲୁ ନାହାନ୍ତି।

ସୂଚନା ଅନୁଯାୟୀ, କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟୋରରୁ ୫୦୦ଟି ଏନ-୯୫ ମାସ୍କ ବୁର୍ଲା ଆସିଥିଲା। ଓଡି-୧୫କ୍ୟୁ-୦୦୫୩ ନମ୍ବରର ଗାଡ଼ିରେ ଚାଳକ ସେବକ ସୁନା ଏବଂ ପିଅନ ହରିହର ସାହୁ ଏହା ଆଣି ଆସିଥିଲେ। ତେବେ ଏଥିରୁ ଶହେଟି ମାସ୍କ ଗାୟବ ହୋଇଯାଇଛି। ଏ ସମ୍ପର୍କରେ ୩୧ ତାରିଖରେ ଭିମସାର୍‌ର ବରିଷ୍ଠ ଫାର୍ମାସିଷ୍ଟ ଅଧୀକ୍ଷକଙ୍କୁ ଲିଖିତ ଭାବରେ ସୂଚନା ଦେଇଥିଲେ। ମାତ୍ର କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇନଥିଲେ। ଏ ନେଇ ତମ୍ବିତୋଫାନ ହୋଇଥିଲା। ଏହାପରେ ମାସ୍କ ମିସ୍‌ପ୍ଲେସ ନେଇ ବୁର୍ଲା ଥାନାରେ ଲିଖିତ ଭାବରେ ଜଣାଇଥିଲେ ଭିମସାର ଅଧୀକ୍ଷକ। ବୁର୍ଲା ପୁଲିସ ଏହାର ତଦନ୍ତ କରିବା ସହିତ କିଛି କର୍ମଚାରୀଙ୍କୁ ପଚରାଉଚୁରା କରାଯାଇଥିବା ଥାନା ଅଧିକାରୀ ବିବି ଭୋଇ କହିଛନ୍ତି। ଏମିତିକି ପରବର୍ତ୍ତୀ ସମୟରେ ମାସ୍କ ହିସାବ ମିଳିଯାଇଥିବାରୁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe