ମାସ୍କ, ପିପିଇ କିଟ୍‌ ଦୁର୍ନୀତି : ଆଉ ମା‌ସେ ସମୟ ମାଗିଲା ଭିଜିଲାନ୍‌ସ

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Image Courtesy Sambad English

ଭୁବନେଶ୍ବର : ରାଜ୍ୟରେ ବହୁଚର୍ଚିତ ମାସ୍କ, ପିପିଇ କିଟ୍ ଦୁର୍ନୀତି ମାମଲାରେ ରିପୋର୍ଟ ଦାଖଲ ପାଇଁ ଆହୁରି ୧ମାସ ସମୟ ମାଗିଛି ଭିଜିଲାନ୍‌ସ। ଏଥିପାଇଁ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଭିଜିଲାନ୍‌ସ ପକ୍ଷରୁ ସମୟ ମାଗିଛି। ଲୋକାୟୁକ୍ତରେ ଏହି ମାମଲାର ପରବର୍ତୀ ଶୁଣାଣି ମାର୍ଚ ୧୬ତାରିଖ‌ରେ ହେବ ବୋଲି ଜଣାପଡ଼ିଛି।

କରୋନା କାଳରେ ମାସ୍କ ଓ ପିପିଇ କିଟ୍‌ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଲୋକାୟୁକ୍ତଙ୍କ ନିକଟରେ ଦାୟର ହୋଇଥିଲା। ତେବେ ଦୁଇଟି ମାମଲାର ସମାନ ଅଭିଯୋଗ ରହିଥିବାରୁ ଏହାକୁ ଏକତ୍ର ଶୁଣାଣି କରିଥିଲେ ଲୋକାୟୁକ୍ତ। ପରବର୍ତୀ ସମୟରେ ରାଜ୍ୟ ଭିଜିଲାନ୍‌ସକୁ ୨ମାସ ଭିତରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଥିଲା। ଆଜି ଭିଜିଲାନ୍‌ସ ଏହି ରିପୋର୍ଟ ଦାଖଲ କରିବାର ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ଆଜି ଲୋକାୟୁକ୍ତରେ ଭିଜିଲାନ୍‌ସର ପିପି ଓ ରାଜ୍ୟ ଔଷଧ ନିଗମର ମହାପ୍ରବନ୍ଧ(ପ୍ରକ୍ୟୁରମେଣ୍ଟ) ଉପସ୍ଥିତ ରହି ଆହୁରି ୧ମାସ ସମୟ ମାଗିଥିବା ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ ସୂଚନା ଦେଇଛନ୍ତି। ଯାହାଫଳରେ ମାମଲାର ପରବର୍ତୀ ଶୁଣାଣି ୧ମାସ ଘୁଞ୍ଚିଥିବା ସେ କହିଛନ୍ତି। ଗତବର୍ଷ ଡିସେମ୍ବର ୭ତାରିଖରେ ଏହି ମାମଲାର ଶେଷ ଶୁଣାଣି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe