ବ୍ରହ୍ମପୁରର କୋଭିଡ୍ ଯୋଦ୍ଧାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର 'ମାସ୍କ'କୁ ଆନ୍ତର୍ଜାତିକ ସମ୍ମାନ

Advertisment
ବ୍ରହ୍ମପୁରର କୋଭିଡ୍ ଯୋଦ୍ଧାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର 'ମାସ୍କ'କୁ ଆନ୍ତର୍ଜାତିକ ସମ୍ମାନ

ବ୍ରହ୍ମପୁର: କରୋନା ମହାମାରୀ ସମୟରେ ସଂକ୍ରମଣରୁ ରକ୍ଷା କରୁଛି ମାସ୍କ | ଏବେ ମାସ୍କର ବ୍ୟବହାର ଅଧିକ ବଢ଼ିଯାଇଥିବା ବେଳେ ଲୋକେ କରୋନାଠୁ ଦୂରରେ ରହିବା ପାଇଁ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି | ତେବେ ମାସ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ଜନୈକ କୋଭିଡ୍ ଯୋଦ୍ଧା ତିଆରି କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର 'ମାସ୍କ'କୁ ଆନ୍ତର୍ଜାତିକ ସମ୍ମାନ ମିଳିଛି | ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା କରୋନା ଯୋଦ୍ଧା ଡ.ଶ୍ୱେତ କୁମାର ଦାସ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହ ନିର୍ଦେଶନା ଦେଇଛନ୍ତି | କ୍ଷୁଦ୍ର ଚଳଚ୍ଚିତ୍ରଟି ଚଳିତ ବର୍ଷ ଆର୍ଜେଣ୍ଟିନାରେ ଅନୁଷ୍ଠିତ ହୋଇଥିବା କ୍ୱାରେଣ୍ଟାଇନ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ରେ ୩୦୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ମଧ୍ୟରେ ପ୍ରଶଂସିତ ହେବା ସହ କ୍ଷୁଦ୍ର ଚଳଚ୍ଚିତ୍ରକୁ ଇଣ୍ଟରନାସନାଲ ପିପୁଲ ଚଏସ ଆୱାର୍ଡ ମିଳିଛି | ଉଲ୍ଲେଖ‌ଯୋଗ୍ୟ, ‘ମାସ୍କ’ର ନିର୍ଦ୍ଦେଶକ ଡ.ଦାସ ବର୍ତ୍ତମାନ କୋଭିଡ୍ ଡ୍ୟୁଟିରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି।

ଏହା ସହ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଚଳିତ ବର୍ଷର ଲିଫ୍ଟଟି ଅଫ ଫାଷ୍ଟ ଟାଇମ ଫିଲ୍ମ ମେକର ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଏବଂ ଫ୍ଲିକ ଫେୟାର ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଉଚ୍ଚପ୍ରଶଂସିତ ହୋଇ ଫାଇନାଲକୁ ଯିବାର ସୌଭାଗ୍ୟ ଅର୍ଜନ କରିପାରିଛି | ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ନଜର ଆସିଥିବା ବ୍ରହ୍ମପୁରର ଅତି ଗରିବ ପରିବାରର ବାଳକ ଅଜୟ ଚୌଧୁରୀଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରି ପାରିଛି | କ୍ଷୁଦ୍ର ଚଳଚ୍ଚିତ୍ରରେ ଅଜୟ କିଭଳି ପାଠ ପଢିବା ସହ ନିଜ ମାଙ୍କ ହାତ ତିଆରି ମାସ୍କ ବିକିବାକୁ ସହରକୁ  ନେଉଛି ଏବଂ ସହରୀ ଲୋକ ଦାମ କମ ଥିବା ସହ ମାସ୍କ ଫ୍ୟାନ୍ସି ହୋଇ ନଥିବାରୁ କିଭଳି କିଣିବାକୁ କୁଣ୍ଠାବୋଧ କରୁଛନ୍ତି, ତାହା ଦେଖିବାକୁ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe