ଜାଗର ରାତିରେ ଆତଙ୍କ ଖେଳାଇଲେ ମୁଖାପିନ୍ଧା ଦୁର୍ବୃତ୍ତ: ସ୍ୱାମୀଙ୍କୁ ବାନ୍ଧି ପତ୍ନୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌

Advertisment

ତୁମୁଡ଼ିବନ୍ଧରେ ଆତଙ୍କ ଖେଳାଇଛନ୍ତି ମୁଖାପିନ୍ଧା ଲୁଟେରା। ସ୍ବାମୀଙ୍କୁ ବାନ୍ଧି ପତ୍ନୀ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଭରି ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜାଗର ପାଇଁ ଗତ ରାତିରେ ସବୁଆଡ଼େ ଗହଳଚହଳ ରହିଥିଲେ ବି ଲୁଟେରାଙ୍କ ଏଭଳି ସାହସ ସମସ୍ତଙ୍କୁ ଚକିତ କରିଛି।

ତୁମୁଡ଼ିବନ୍ଧରେ ଆତଙ୍କ ଖେଳାଇଛନ୍ତି ମୁଖାପିନ୍ଧା ଲୁଟେରା। ସ୍ବାମୀଙ୍କୁ ବାନ୍ଧି ପତ୍ନୀ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଭରି ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜାଗର ପାଇଁ ଗତ ରାତିରେ ସବୁଆଡ଼େ ଗହଳଚହଳ ରହିଥିଲେ ବି ଲୁଟେରାଙ୍କ ଏଭଳି ସାହସ ସମସ୍ତଙ୍କୁ ଚକିତ କରିଛି।

ssfsfccx

ତୁମୁଡ଼ିବନ୍ଧ: ତୁମୁଡ଼ିବନ୍ଧରେ ଆତଙ୍କ ଖେଳାଇଛନ୍ତି ମୁଖାପିନ୍ଧା ଲୁଟେରା। ସ୍ବାମୀଙ୍କୁ ବାନ୍ଧି ପତ୍ନୀ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଭରି ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜାଗର ପାଇଁ ଗତ ରାତିରେ ସବୁଆଡ଼େ ଗହଳଚହଳ ରହିଥିଲେ ବି ଲୁଟେରାଙ୍କ ଏଭଳି ସାହସ ସମସ୍ତଙ୍କୁ ଚକିତ କରିଛି।  ସହରରେ ଏଭଳି ଘଟଣା ଘଟିବା ପରେ ଲୋକେ ପୁଲିସ ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି। ପ୍ରତିବାଦରେ ଆଜି ତୁମୁଡ଼ିବନ୍ଧ ବଣିକ ସଂଘ ଦୋକାନ ବଜାର ବନ୍ଦ କରିବା ସହ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ବାଲିଗୁଡ଼ା-ରାୟପୁର ଓ ବାଲିଗୁଡ଼ା-ମୁନିଗୁଡ଼ା ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ବାଲିଗୁଡ଼ା ଏସ୍‌ଡିପିଓ ରାମେନ୍ଦ୍ର ପ୍ରସାଦ ପହଞ୍ଚି ଆଲୋଚନା କରିଥିଲେ। ସେ ନିଜେ ଏହାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିବା ସହ ପରିସ୍ଥିତି ସ୍ବାଭାବିକ ହୋଇଥିଲା। 

୮ ଭରି ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କା ନେଇଗଲେ
ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ବଜାର ବନ୍ଦ, ରାଜପଥ ଅବରୋଧ

ଗତକାଲି ଜଳେଶପଟ୍ଟାସ୍ଥିତ ଜଳେଶ୍ୱର ଶୈବ ପୀଠରେ ଶିବରାତ୍ରି ଥିବାରୁ ରାତିତମାମ ଗହଳଚହଳ ରହିଥିଲା। ତୁମୁଡ଼ିବନ୍ଧ ଡ. ଆମ୍ବେଦକର ଛକରେ ରହୁଥିବା ପୀତାମ୍ବର ସାହୁ ଓରଫ ସନ୍ତୋଷ ଘରେ ଶୋଇଥିଲେ। ରାତି ଅଧରେ କେହି କବାଟ ବାଡ଼େଇବାରୁ ସେ ନ‌ ଖୋଲି ଚେଇଁ ବସିଥିଲେ। ହଠାତ୍‌ ୪ରୁ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତକୁ ପଶିଥିଲେ। ପ୍ରଥମେ ସନ୍ତୋଷଙ୍କୁ କାବୁ କରି ପାଟିକୁ ବଡ଼ ସେଲୋଟେପ୍‌ରେ ସିଲ୍‌ କରିଦେଇ ଦୁଇ ହାତ ପଛକୁ କରି ବାନ୍ଧି ଦେଇଥିଲେ। ପରେ ତାଙ୍କ ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସବୁ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ଶିବରାତ୍ର ପାଇଁ ସହରରେ କଡ଼ା ପହରା ଥିଲେ ବି ଦୁର୍ବୃତ୍ତ ଅନାୟାସରେ ଲୁଟ୍‌ତରାଜ କରି ଚାଲିଯିବା ପୁଲିସର ପାରିବାପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପୂର୍ବରୁ  ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଛୋଟମୋଟ ଚୋରି ଓ ରାହାଜାନି ଘଟିଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe