ସହରାଞ୍ଚଳରେ ବଢ଼ୁଛି କରୋନା, ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ

Advertisment

ତୃତୀୟ ଦିନ ଲାଗି ଶହେ ଉପରେ ଦୈନିକ ସଂକ୍ରମଣ, ଖୋର୍ଧାରେ ଟିପିଆର ୮% ଟପିଲା

ତୃତୀୟ ଦିନ ଲାଗି ଶହେ ଉପରେ ଦୈନିକ ସଂକ୍ରମଣ, ଖୋର୍ଧାରେ ଟିପିଆର ୮% ଟପିଲା

ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

The Financial Express

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ରହିଛି। ଲଗାତାର ତୃତୀୟ ଦିନ ଲାଗି ଦୈନିକ ସଂକ୍ରମଣ ଶହେ ଉପରେ ରହିଛି। କେବଳ ଖୋର୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ବିଏମ୍‌ସି ପକ୍ଷରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏପରିକି ଅନ୍ୟ ଜିଲ୍ଲାରୁ ଆସିଲେ ମଧ୍ୟ ଏଠାରେ ମାସ୍କ ପିନ୍ଧିବାକୁ ହେବ। ପୂର୍ବରୁ ପୁରୀ ରଥଯାତ୍ରା ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିଲା।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨,୭୬୫ କୋଭିଡ ନମୁନା ପରୀକ୍ଷା କରାଯାଇଛି।

publive-image First Care Medical Clinic

ସଂକ୍ରମଣ ହାର ବା ଟିପିଆର ୧.୨୧ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୮.୫ ପ୍ରତିଶତ ରହିଛି। ଖୋର୍ଧାରୁ ସର୍ବାଧିକ ୬୯, କଟକ ୧୬, ସୁନ୍ଦରଗଡ଼ ୧୨, ପୁରୀ ୯, ବାଲେଶ୍ବର ୮, ଭଦ୍ରକ-ଜଗତସିଂହପୁର ୪ ଲେଖାଏ, ବରଗଡ଼-ସମ୍ବଲପୁର ୩ ଲେଖାଏ, ନୟାଗଡ଼, ‌ସୋନପୁରରୁ ୨ ଲେଖାଏ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ାରୁ ‌ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯,୭୫୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ୬୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୬୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତେବେ କୌଣସି ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ଡାକ୍ତର ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏକ ସପ୍ତାହ ହେବ ସଂକ୍ରମଣ ବଢ଼ୁଛି। ଦେଶରେ ଯେଉଁ ଅନୁପାତରେ ବଢୁଛି, ରାଜ୍ୟରେ ମଧ୍ୟ ସେହି ଅନୁସାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର , କେରଳରେ ସଂକ୍ରମଣ ଅଧିକ ରହିଛି। ମୁଖ୍ୟତଃ ସହରାଞ୍ଚଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତରଙ୍କ ସଂଖ୍ୟା ରାଜ୍ୟରେ ବହୁତ କମ୍ ରହିଛି। ଲକ୍ଷଣ ନ ଥିଲେ ଟେଷ୍ଟ କରିବାର କିଛି କାରଣ ନାହିଁ। ରଥଯାତ୍ରା ସମୟରେ ଲକ୍ଷଣ ଥିଲେ ପୁରୀ ଆସନ୍ତୁ ନାହିଁ। ଏହାସହ ମାସ୍କ ପିନ୍ଧିବା ସହ ବାହାରେ ଛେପ ନ ପକାଇବାକୁ ଡାକ୍ତର ମିଶ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe