ଭବାନୀପାଟଣା: ଠିକ୍‌ ସମୟରେ ସ୍କୁଲ୍‌ ଆସି ନ ଥିବା ଶିକ୍ଷକଙ୍କ ଦରମା ବନ୍ଦ କରି କୈଫିୟତ୍‌ ମାଗିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

Advertisment
ଭବାନୀପାଟଣା: ଠିକ୍‌ ସମୟରେ ସ୍କୁଲ୍‌ ଆସି ନ ଥିବା ଶିକ୍ଷକଙ୍କ ଦରମା ବନ୍ଦ କରି କୈଫିୟତ୍‌ ମାଗିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

କଳାହାଣ୍ଡି: ସୋମବାର ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଭବାନୀପାଟଣାର କେତେକ ସ୍କୁଲ ପରିଦର୍ଶନରେ ଯାଇ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସି ନ ଥିବା ଚାରିଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୈଫିୟତ୍‌ ଦେବାକୁ ଡକାଇବା ନିମନ୍ତେ ନିର୍ଦେଶ ଦେଇଛନ୍ତି।

ସେମାନେ ହେଉଛନ୍ତି ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ (ଇଂରାଜୀ) ଗୀତାଞ୍ଜଳି ଭାଟି, କର୍ଲାଗୁଡ଼ାସ୍ଥିତ ବିମ୍ବାଧର ସରକାରୀ ହାଇସ୍କୁଲ୍‌ର ସହକାରୀ ଶିକ୍ଷକ (ଇଂରାଜୀ) ସୁଶାନ୍ତ ପ୍ରଧାନ, ଇଂରାଜୀ ଶିକ୍ଷୟିତ୍ରୀ ସ୍ୱପ୍ନା ସେଠୀ ଓ ପ୍ରଧାନ ଶିକ୍ଷକ।

publive-image

ବିମ୍ବାଧର ସରକାରୀ ହାଇସ୍କୁଲ୍‌ର ଏହି ତିନିଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଫେବ୍ରୁଆରି ମାସର ଦରମା ବନ୍ଦ କରାଯିବା ସହ କୈଫିୟତ୍‌ ଦେବାକୁ କୁହାଯାଇଛି। କର୍ଲାଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ କେବଳ କୈଫିୟତ୍‌ ମଗାଯାଇଛି।

ରବିବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ଭବାନୀପାଟଣାରେ ପହଞ୍ଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଡକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe