ମତ ବଦଳାଇଲେ ଗଣଶିକ୍ଷା ମନ୍ତ୍ରୀ: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ

Advertisment
ମତ ବଦଳାଇଲେ ଗଣଶିକ୍ଷା ମନ୍ତ୍ରୀ: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ

121newsonline.com

ଭୁବନେଶ୍ବର : ଏଥର ସ୍କୁଲରେ ପାଳିତ ହେବ ସ୍ବାଧୀନତା ଦିବସ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇପାରିବେ। ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହିବେ। ଜାତୀୟ ସଙ୍ଗୀତ ଗାନ କରିବେ। କୌଣସି ପ୍ରକାର କଟକଣା ଲଗାଯିବ ନାହିଁ। ମାତ୍ର ଉତ୍ସବ ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌ ନିର୍ଦେଶାନାମା ଯେପରି କଡ଼ାକଡ଼ି ପାଳିତ ‌ହେବ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ତାହାର ତଦାରଖ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି।

publive-image

ମଙ୍ଗଳବାର ଦିନ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ସ୍ବାଧୀନତା ଦିବସ ସମସ୍ତ ବିଦ୍ୟାଳୟରେ ପାଳନ କରାଯିବ। ମାତ୍ର ସେଥିରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ। କେବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହେବ। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଏଥର ସ୍କୁଲଗୁଡ଼ିକରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରତିବାଦ କରାଯିବା ପରେ ଆଜି ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ଫଳରେ କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ଦୂରେଇ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe