ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ନେଇ ଅସନ୍ତୋଷ

Advertisment
ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ନେଇ ଅସନ୍ତୋଷ

ଡାବୁଗାଁ: ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଅଚାନକ ଦିନ ୧୦ ଘଣ୍ଟ ସମୟରେ ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ। ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କିପରି ଶିକ୍ଷାଦାନ ପ୍ରଦାନ କରାଯାଉଛି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଉଛନ୍ତି କି ନାହିଁ ସେ ନେଇ ଛାତ୍ରଛାତ୍ରୀଙ୍କ ସହ ସିଧା ସଳଖ କଥା ହୋଇଥିଲେ। କ୍ଲାସ ରୁମ୍ ଯାଇ ସରକାର ପ୍ରଦାନ କରୁଥିବା ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ପିଲାଙ୍କ ମଧ୍ୟାହ୍ନ ଭୋଜନ, ବିଜ୍ଞାନ ଲେବ, ସ୍ମାର୍ଟ କ୍ଲାସ ରୁମ୍ ଆଦି ବୁଲି ଦେଖିଥିଲେ। ୫ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ନିମ୍ନମାନର କାର୍ଯ୍ୟ ସହ ବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ଜାଗାରେ ଖର୍ଚ୍ଚ କରାଯିବା କଥା ସେହି ସ୍ଥାନରେ ଖର୍ଚ୍ଚ କରା ନ ଯାଇ ବେକାର ଖର୍ଚ୍ଚ କରାଯାଇଥିବା ଦେଖିଥିଲେ।

ତେବେ ଗଣଶିକ୍ଷା ମନ୍ତ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଶୌଚାଳୟର ଅବ୍ୟେବସ୍ଥା ଓ ଅପରିଷ୍କାର ନେଇ ବିରକ୍ତି ଭାବ ପ୍ରଦାନ କରିବା ସହ ସ୍ବଚ୍ଛତା ଓ ପରିମଳକୁ ଯଥାଶୀଘ୍ର ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତ ରାୟଙ୍କୁ ତାଗିଦ୍ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଏଠାରେ ସ୍ଥାୟୀ ଅଧ୍ୟକ୍ଷ ସହ ବିଭିନ୍ନ ବିଭାଗର ତିନି ଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଏହି ଗସ୍ତ ସମୟରେ ବିଜେପିର ବରିଷ୍ଠ ନେତା ଦିବାନ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ବ୍ଲକ ଯୁବ ସଭାପତି ୱାଇ ରାଜ ଶେଖର ଦୋରା, ଜି ସତ୍ୟା ରାଓ, ମନୋଜ ପାତ୍ର ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe