ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତିଙ୍କ ରୁଲିଂ,୨ ଦିନ ଭିତରେ ଉତ୍ତର ରଖିବେ ଗଣଶିକ୍ଷାମନ୍ତ୍ରୀ

ସୀମା ବିବାଦ ନେଇ ଗୃହ କମ୍ପିଲା

image source-odishaassembly.nic.in

ଭୁବନେଶ୍ବର: ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ହୋଇଛି । ତେବେ ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତି ରୁଲିଂଦେବା ପରେ ଏନେଇ ଗୃହରେ ୨ ଦିନ ଭିତରେ ଉତ୍ତର ରଖିବେ ଗଣଶିକ୍ଷାମନ୍ତ୍ରୀ।
କାହିଁକି ସ୍କୁଲ ବନ୍ଦ ହେବ ଓ ପିଲା କୁଆଡ଼େ ଯିବେ ଏବଂ ୧୪ ହଜାର ସ୍କୁଲ ବନ୍ଦ ହେଲେ ଶିକ୍ଷକ କ’ଣ କରିବେ ସେ ନେଇ ମନ୍ତ୍ରୀ ସମୀର ରଂଜନ ଦାଶ ଗୃହରେ ଉତ୍ତର ରଖିବେ। ୟୁପି ସ୍କୁଲ ବନ୍ଦ ନେଇ ବିଜେପି ଓ କଂଗ୍ରେସ ସଭ୍ୟ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଛନ୍ତି।

ହଟ୍ଟଗୋଳ ଯୋଗୁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ। ଶିକ୍ଷା ହେଉଛି ସମସ୍ତ ମୌଳିକ ଅଧିକାର। ସରକାର ନିର୍ଦ୍ଦେଶ ଦିଅନ୍ତୁ ସ୍କୁଲ ବନ୍ଦ ନହେଉ। ପିଲା ଏତେ ଦୂର କେମିତି ପଢିବାକୁ ଯିବେ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ସେ କହିଥଲେ। ସେହିପରି ବିରେଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe