ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦେଶ ପହଞ୍ଚିବା ପରେ ବିଭାଗ ନିଷ୍ପତ୍ତି ନେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Advertisment
ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦେଶ ପହଞ୍ଚିବା ପରେ ବିଭାଗ ନିଷ୍ପତ୍ତି ନେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ମତ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଗଣମାଧ୍ୟମ ମାଧ୍ୟମରେ ଏହି କଥା ଆମ ନଜରକୁ ଆସିଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବିଭାଗରେ ପହଞ୍ଚିବା ପରେ ଏହାର ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଏଣେ ଗଜପତି ଜିଲାରେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ପଜିଟିଭ ହେବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁମାନେ ପଜିଟିଭ ଚିହ୍ନଟ ହେଇଛନ୍ତି, ସେମାନେ ଆଇସୁଲେସନରେ ଅଛନ୍ତି। ଗେଷ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅଣାଯାଇ ପାଠ ପଢ଼ାଯାଉଛି। ଗତକାଲି ରବିବାର ମଧ୍ୟ ୬୫ ପ୍ରତିଶତ ପିଲା ପାଠ ପଢ଼ିବାକୁ ବିଦ୍ୟାଳୟକୁ ଆସିଛନ୍ତି। ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ  ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସ୍ୱାସ୍ଥ୍ୟ ଆମ ପାଇଁ ବେଶ ଗୁତୁତ୍ୱପୂର୍ଣ୍ଣ ଏବଂ ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାଯ୍ୟ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି। କଳାହାଣ୍ଡିରେ ପ୍ରକଳ୍ପ ପାଇଁ ଏକ ହଜାର କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଏଇ ୧୪ ତାରିଖ ଦିନ ଏହାର ଶୁଭ ଉଦଘାଟନ ହେବ। ଏହି ଜଳସେଚନ ପ୍ରକଳ୍ପ ଦ୍ଵାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe