ନୂତନ ଗ୍ରାମପଞ୍ଚାୟତ ଗଠନ ଦାବିରେ ଜନ ଆନ୍ଦୋଳନ

କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ନିର୍ଭର କରି ରହିଆସୁଥିଲେ। ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି ଆସୁଛନ୍ତି।

IMG_20241110_140933

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଧିନସ୍ଥ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତ ଉପରେ ନିର୍ଭର କରି ରହିଆସୁଥିଲେ ମଗଡ଼ିଙ୍ଗିଆ ଅଞ୍ଚଳବାସୀ ଓ ଅନେକ ଅସୁବିଧାର ସମୁଖୀନ ହେଉଥିଲେ। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଅଞ୍ଚଳବାସୀ ନିଜ ସୁବିଧା ନିମନ୍ତେ ମଗଡ଼ିଙ୍ଗିଆ ଠାରେ ନୂତନ ଗ୍ରାମପଞ୍ଚାୟତ ଗଠନ ପାଇଁ ଦାବି କରି ଆସୁଥିଲେ। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ।

ସୂଚନା ପ୍ରକାରେ ଏହି ଅଞ୍ଚଳବାସୀ ପ୍ରଥମେ ବଣ୍ଡଗୁଡ଼ା ଗ୍ରାମପଞ୍ଚାୟତରେ ଅନ୍ତର୍ଭୁକ୍ତ ଥିଲେ। ହେଲେ ସରକାରଙ୍କ ନିର୍ଦେଶ କ୍ରମେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜିରିଡିକିଆ ଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଦାବି କରାଯାଇଥିଲା। ହେଲେ ୨୦୧୫ ମସିହାରେ ବଣ୍ଡଗୁଡ଼ା ଠାରୁ ଜିରିଡ଼ିକିଆ ମାତ୍ର ଦୁଇ କିମି ବ୍ୟବଧାନରେ ପଞ୍ଚାୟତ ଗଠନ କରାଯାଇଥିଲା। ଫଳରେ ଏହି ଦଶ ଗୋଟି ଗାଁ ଲୋକେ ପାଖାପାଖି ୧୨ କିମି ଦୂରତା ହେଉଥିବା ଯୋଗୁଁ ପଞ୍ଚାୟତକୁ ଯାଇ ରାସନ୍ ଚାଉଳ, ଭତ୍ତା ପୁଣି ଅନ୍ୟାନ୍ୟ କାର୍ଯ୍ୟ କରିବାପାଇଁ ବହୁ ଅସୁବିଧାର ସମୁଖୀନ ହେଉଥିଲେ। ଫଳରେ କେ.ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ। କୌଣସି ସୁଫଳ ନମିଳିବାରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ।

କନ୍ଧମାଳ ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ, ସେଠାରେ ବର୍ତ୍ତମାନ ସୁଦ୍ଧା ବିଚରାଧୀନ ଥିବା ଜଣା ପଡ଼ିଛି। ବର୍ତ୍ତମାନ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିଯୋଗ ପ୍ରକଷ୍ଠ କୁ ଯାଇ ଲିଖିତ ଅଭିଯୋଗ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଏହାର ତଦନ୍ତ କରି କେବେ ଅଂଚଳବାସୀଙ୍କୁ ଉଚିତ ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକିରହିଲା।

ଯଦି ଆଗାମୀ ଦିନରେ ମଗଡିଙ୍ଗିଆ ନୂତନ ପଞ୍ଚାୟତ ଘୋଷଣା ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ପଞ୍ଚାୟତ ଗଠନ ଅନିୟମିତତା ଗରିବ ନିରୀହ ଆଦିବାସୀଙ୍କୁ ଅଣଦେଖା କରୁଛନ୍ତି ଜିଲ୍ଲା ପ୍ରଶାସନ ଜନ ଶୁଣାଣୀ ନାମରେ କେବଳ ପ୍ରହସନ କରୁଛନ୍ତି ମୁଖ୍ୟ ମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗକୁ ଅଣଦେଖା କରୁଛନ୍ତି କନ୍ଧମାଳ ଜିଲ୍ଲାପାଳ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ କଠୋର ଚେତାବନୀ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ରଧାନ, ଯଶୋବନ୍ତ ପ୍ରଧାନ, ରିଙ୍କୁ ପ୍ରଧାନ, ସାମାଜ ସେବୀ ବିବେକାନନ୍ଦ ପ୍ରଧାନ, ନିଶଙ୍କର ପ୍ରଧାନ, ସନ୍ତୋଷ ପ୍ରଧାନ, ଯୁବରାଜ ମଲ୍ଲିକ, ରବିକରଣ ପ୍ରଧାନ, ସୁବର୍ଣ୍ଣ ବେହେରା, ନିରାକାର ପ୍ରଧାନ, ନବ୍ର ପ୍ରଧାନ, ବିଷ୍ନୁ ପ୍ରଧାନ, ସୁଶାନ୍ତ ମଲ୍ଲିକ, ବିଶ୍ଵାମିତ୍ର ମଲ୍ଲିକ, ଲୋହିତ କୁମାର ମଲ୍ଲିକ, ବଶିଷ୍ଠ ବିନ୍ଧାଣୀ ଜହଲାଲ ମଲ୍ଲିକ, ଅନନ୍ତ ମଲ୍ଲିକ, ଜିତେନ୍ଦ୍ର ମଲ୍ଲିକ, ୱାର୍ଡ଼ ମେମ୍ବର ଲିପା ମଲ୍ଲିକ, କୃଷିକ ମଲ୍ଲିକ, ଅଶୋକ ମଲ୍ଲିକ, ପରମାନନ୍ଦ ମଲ୍ଲିକ ଚୌଧୁରୀ ପ୍ରଧାନ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe