ଜଘନ୍ୟ ହତ୍ୟାକାଣ୍ଡ: ସମୁଦ୍ର କୂଳରୁ ମିଳିଲା ମା’ ଝିଅଙ୍କ ଖଣ୍ଡବିଖଣ୍ଡିତ ଶବ

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ ପାରିବାରିକ କଳହରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ୨୩ଦିନ ପୂର୍ବରୁ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଶାଶୂଙ୍କୁ ହତ୍ୟାକରି ସମୁଦ୍ର କୂଳରେ ‌ପୋତି ଦେଇଥିଲା।  ଗତକାଲି ଦୁଇଜଣଙ୍କ...

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ ପାରିବାରିକ କଳହରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ୨୩ଦିନ ପୂର୍ବରୁ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଶାଶୂଙ୍କୁ ହତ୍ୟାକରି ସମୁଦ୍ର କୂଳରେ ‌ପୋତି ଦେଇଥିଲା।  ଗତକାଲି ଦୁଇଜଣଙ୍କ...

fhfhfhhfs

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ ପାରିବାରିକ କଳହରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ୨୩ଦିନ ପୂର୍ବରୁ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଶାଶୂଙ୍କୁ ହତ୍ୟାକରି ସମୁଦ୍ର କୂଳରେ ‌ପୋତି ଦେଇଥିଲା।  ଗତକାଲି ଦୁଇଜଣଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମିଳିଛି। ଉଭୟଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ପୁଲିସ ଆଗରେ ମାନିଛି।

ହତ୍ୟାକରି ବାଲିରେ ପୋତି ଦେଇଥିଲା 
୨୩ଦିନ ହେଲା ଉଭୟ ନିଖୋ‌ଜ ଥିଲେ
ପତ୍ନୀ ଓ ଶାଶୂଙ୍କୁ ମାରିଥିବା ମାନିଲା

ଅଭିଯୁକ୍ତ ଜଣକ ହେଉଛି, ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ନାୟକାଣୀଡିହି ଥାନା ବାଲିମୁଣ୍ତା ପଞ୍ଚାୟତ ଅନ୍ତର୍ଗତ ପା‌ଞ୍ଚଘେରିଆ ଗାଁର ବାବୁରାମ ଗାଏନଙ୍କ ପୁଅ ଗୁରୁପଦ(୪୦)। ଗୁରୁପଦ ସେହି ଗ୍ରାମର କୌଶଲ୍ୟା ଗାଏନ(୩୫)ଙ୍କୁ ୧୭/୧୮ବର୍ଷ ତଳୁ ବିବାହ କରିଥିଲା। ଏହି ଦଂପତିଙ୍କ ଏକ ୧୫ବର୍ଷର ପୁଅ ଅଛି। ତେବେ, ପାରିବାରିକ କଳହ କାରଣରୁ ୬ମାସ ପୂର୍ବେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ କୌଶଲ୍ୟା ନିଜ ମା’ ଯମୁନା ନାୟକ(୫୫)ଙ୍କ ସହିତ କାମ ପାଇଁ ବାହାରକୁ ଚାଲିଯାଇଥିଲେ। ଗତମାସ ୨୪ ତାରିଖରେ ଦୁହେଁ ଗାଁକୁ ଫେରିଥିଲେ।  ଠିକ୍‌ ସେହିଦିନ ହିଁ ଗୁରୁପଦ ମା’,ଝିଅଙ୍କୁ ଉଠାଇ ନେଇ ହତ୍ୟା କରିଥିଲା। ଏହାପରେ ଏକ ଅଖାରେ ଶବ ଭର୍ତ୍ତିକରି ସମୁଦ୍ର ମୁହାଣରେ ବାଲି ତଳେ ପୋତି ଦେଇଥିଲା। ଗତକାଲି ରାତିରେ ସମୁଦ୍ର ମୁହାଣରୁ ଉଭୟ ମା’ ଝିଅଙ୍କ ଖଣ୍ଡ ବିଖଣ୍ଡିତ ଦେହ ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପୁଲିସ ପ୍ରାଥମିକ ତଦନ୍ତ କରି ଦୁଇ ମୃତଦେହ ନିଖୋଜ ମା’ ଝିଅଙ୍କ ହୋଇଥାଇପାରେ ବୋଲି ଅନୁମାନ କରିଥିଲା। ବାବୁରାମ ଗାୟନଙ୍କ ପୁଅ ଗୁରୁପଦ(୪୦) ଓ ତାଙ୍କ ସାନଭାଇଙ୍କୁ ପୁଲିସ ସନ୍ଦେହରେ ଉଠାଇ ନେଇଥିଲା। ଜେରା ବେଳେ ଗୁରୁପଦ ନିଜ ପତ୍ନୀ ଓ ଶାଶୂଙ୍କୁ ହତ୍ୟା କରିଥିବା ଆଜି ପୁଲିସ ନିକଟରେ ସ୍ବୀକାର କରିଛି। 

ଅନ୍ୟପକ୍ଷରେ, ଆଜି ଦିନତମାମ ପୁଲିସ ଖୋଳତାଡ଼ କରିଥିବା ବେଳେ ଉଭୟ ମା’ ଓ ଝିଅଙ୍କ ଶରୀରର ସମସ୍ତ ଅଙ୍ଗ ପାଇନାହିଁ।  ଖବର ଲେଖା ହେବାବେଳକୁ ପୁଲିସ ଘଟଣାସ୍ଥଳରେ ରହି ଅଧିକ ତଦନ୍ତ ଜାରି ରଖିଛି। ଏସ୍‌ଡିପିଓ ସୌରଭ ଓତାଙ୍କ ନେତୃତ୍ବରେ ଏହି ଚାଞ୍ଚଲ୍ୟକର ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe