ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ, ୨ ଦିନରେ ଅଣ୍ଡା ଦେଲେଣି ୩ ଲକ୍ଷ ୨ହଜାର କଇଁଛ

Advertisment
ଅଲିଭ୍ ରିଡ୍‌ଲେ: ଏଥର ଆସିଲେ ୧୧.୬୪ ଲକ୍ଷ; ଗହୀରମଥା, ଋଷିକୁଲ୍ୟା ମୁହାଣରେ ବଢ଼ିଲେ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଅଲିଭରିଡ୍‌ଲେ ଭିଡ ଜମାଇଥିଲେ। ପାଗ ଅନୁକୂଳ ହେଉ ନ ଥିବାରୁ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେଉନଥିଲେ। ଗତ ୯ ତାରିଖଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତକାଲି ସଂଧ୍ୟାରୁ ହଠାତ୍ ଦଳ ଦଳ ହୋଇ କଇଁଛମାନେ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ସମୂହ ଅଣ୍ଡାଦାନରେ ସାମିଲ ହୋଇଥିଲେ। ଆଜି ଭୋର ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା। ୨ ଦିନରେ ୩ ଲକ୍ଷ ୨ହଜାର ୫୮ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ ଅଣ୍ତାଦାନ ହେବା ନେଇ ଆଶା ପ୍ରକାଶ ପାଇଛି।

କଇଁଛଙ୍କ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବା ଦିନ ଠାରୁ ଗହୀରମଥାର ନାସୀ ଦ୍ବୀପ ଠାରୁ ଅଳ୍ପ ଦୂରରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ବିରଳ ଅଲିଭରିଡଲେ କଇଂଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩ କିମି ଯାଏ ବାଡ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ତାଦାନ ସ୍ଥଳକୁ ଜଗି ରହିଛନ୍ତି । ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବନବିଭାଗ ରିପୋର୍ଟ ମୁତାବକ ୨୦୧୭–୨୦୧୮ରେ ୬ ଲକ୍ଷ ୬୪ହଜାର ୯୭ କଇଁଛ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୧୮–୧୯ରେ ୪ ଲକ୍ଷ ୫୦ ହଜାର ୯୪୯, ୨୦୧୯–୨୦ରେ ୪ ଲକ୍ଷ ୭ହଜାର ୨୦୪ଟି କଇଁଛ, ୨୦୨୦–୨୧ରେ ୩ ଲକ୍ଷ ୪୯ ହଜାର ୬୪୯, ୨୦୨୧–୨୨ରେ ୫ ଲକ୍ଷ୍ୟ ୧ହଜାର ୧୫୭ଟି କଇଁଛ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe