ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଗଣଦୌଡ଼

Advertisment
ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଗଣଦୌଡ଼

ଭଦ୍ରକ: ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆଠାରେ ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ମହାସମାରୋହରେ ପାଳନ କରାଯିବ। କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେଲା ଏଇ ମହୋତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଥିଲା। ତେବେ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରସ୍ତୁତିର ପ୍ରଥମ ପର୍ବରେ ଆଜି ବିଶାଳ ଗ‌ଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଗଣଦୌଡ଼ରେ ହଜାର ହଜାର ଶ୍ରଦ୍ଧାଳୁ ତଥା ରାମଭକ୍ତ ଯୋଗ ଦେଇଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ତାରିଣୀ ମନ୍ଦିର ପୀଠରୁ ପୂଜା ଅର୍ଚ୍ଚନା କରାଯାଇ ଗଣଦୌଡ଼ର ଶୁଭାରମ୍ଭ କରାଯାଇଥିଲା। ଏଇ ଗଣଦୌଡ଼ ଭଦ୍ରକ ସହରର କଚେରି ବଜାର, ଟାଉନ୍‌ ହଲ୍‌ ଛକ, ନୂଆବଜାର, ଶନି ମନ୍ଦିର ଛକ ଦେଇ ଚାନ୍ଦବାଲି ରୋଡ୍‌ ସ୍ଥିତ ଜଗନ୍ନାଥ ମନ୍ଦର ନିକଟରେ ଶେଷ ହୋଇଥିଲା।

ଗଣଦୌଡ଼ରେ  ଭଦ୍ରକ ଶ୍ରୀରାମ ନବମୀ ମହାଯଜ୍ଞ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକ ବିଧାୟକ  ସଂଜୀବ ମଲ୍ଲିକ, ଅଭିମନ୍ୟୁ ସେଠୀ, ଡା. ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ଭଦ୍ରକ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ହେମନ୍ତ  କୁମାର ପାଢ଼ୀ, ମାନସ ମହାନ୍ତି, ବିଜୟ ନାୟକ, ନିଲୁ ସେନାପତି,  ଗୋବିନ୍ଦ ସାହୁ, ତୁଷାର ଦାସ, ଶଶିକାନ୍ତ ବିଶ୍ବାଳ, ନଳିନୀକାନ୍ତ ମହାନ୍ତି, ସୂର୍ଯ୍ୟବଂଶୀ ସୂରଜ, ସ୍ବାଧୀନ ସୁନ୍ଦର ଦାସ, ଶରତ ପଢ଼ିହାରୀ, ଦେବାଂଶୁ ରାଉତ, ମନସ୍ମିତା ଖୁଣ୍ଟିଆ, କଳ୍ପନା ଜେନା, ରାଜଲକ୍ଷ୍ମୀ ଡାକୁଆ, ଅଶ୍ବିନୀ ପାଢ଼ୀ, ଉଷା ପାଢ଼ୀ, ଲିପିକା ବାରିକ, ମମତା ବେହେରାଙ୍କ ସହ ହଜାର ହଜାର ଶ୍ରୀରାମ ଭକ୍ତ ଗଣଦୌଡ଼ରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe