କାମ କରୁଥିବା ବେଳେ ଘର ଉପରୁ ଖସି ପଡ଼ି ରାଜମିସ୍ତ୍ରୀଙ୍କ ମୃତ୍ୟୁ

କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

କେନ୍ଦୁଝର: କେନ୍ଦୁଝର ସଦର ଥାନା ପଞ୍ଚାୟତ ତିଆଡିପଶି ଗ୍ରାମରେ ଗତକାଲି ଜଣେ ରାଜମିସ୍ତ୍ରୀ ଘରକାମ କରୁଥିବା ବେଳେ ଖସିପଡ଼ି ମୃତ଼୍ୟୁ ବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ତିଆଡିପଶି ଗ୍ରାମର ନରହରି ନାଏକଙ୍କ ପୁଅ ଦୁଃଖବନ୍ଧୁ ନାଏକ (୩୫)।
ଗତକାଲି ଖପରାଖାଇ ଗ୍ରାମର ଧରଣୀଧର ମହାନ୍ତ ଦୁଃଖବନ୍ଧୁ ନାଏକଙ୍କୁ ତାଙ୍କ ଶଶୁର ଘର ଦେଉଳଡିହାକୁ ଘର କାମ କରାଇବା ନିମନ୍ତେ ଡାକି ନେଇଥିଲେ। ଦୁଃଖବନ୍ଧୁ ପ୍ରାୟ ଦିନ ଗୋଟାଏ ବେଳେ କାମ କରୁଥିବା ସମୟରେ ହଠାତ୍ ଘର ଉପରୁ ତଳକୁ ଖସି ପଡ଼ିଥିଲେ। ଫଳରେ ସେଠାରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଦୁଃଖବନ୍ଧୁଙ୍କୁ ଧରଣୀଧର ଡ଼ାକ୍ତରଖାନା ନେବା ପରିବର୍ତ୍ତେ ଏକ ଗାଡ଼ିରେ ତାଙ୍କୁ ତିଆଡ଼ିପଶି ଘରେ ପହଞ୍ଚାଇଥିଲେ। ଏହି ଘଟଣା ପରିବାର ଲୋକେ ଜାଣିବା ପରେ ପଳାଶପଙ୍ଗା ବିଟ୍ ରେ ଧରଣୀଧରଙ୍କ ନାମରେ ଅଭିଯୋଗ କରିଥିଲେ।

ପୁଲିସ ଅଧିକାରୀ ଭୋଳେଶ୍ବର ନାଏକ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଏନେଇ କେସନଂ(୮୧/୨୦)ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଆଜି ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ କରାଯିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe