ଆଳି ଭତ୍ତା କେଳେଙ୍କାରୀରେ ବଡ଼ କାର୍ଯ୍ୟାନୁଷ୍ଠାନ: ୬୫ ଭେଣ୍ଡିଆଙ୍କ ନାମରେ ଥାନାରେ ଏତଲା

Advertisment

ଆଳି ବ୍ଲକ୍‌ରେ ଭତ୍ତା ‌ହାତେଇଥିବା ୬୫ ଜଣ ଭେଣ୍ଡିଆଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଆଳି ବିଡିଓ ମିନତି ଜଗଦ୍ଦେବ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା...

ଆଳି ବ୍ଲକ୍‌ରେ ଭତ୍ତା ‌ହାତେଇଥିବା ୬୫ ଜଣ ଭେଣ୍ଡିଆଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଆଳି ବିଡିଓ ମିନତି ଜଗଦ୍ଦେବ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା...

୭୮,୨୧୩ କୋଟିର କେହି ଦାବିଦାର ନାହାନ୍ତି: ଦାବିଦାର ନଥିବା ବ୍ୟାଙ୍କ ଜମାରେ ୨୬% ବୃଦ୍ଧି

କେନ୍ଦ୍ରାପଡ଼ା/ଆଳି: ଆଳି ବ୍ଲକ୍‌ରେ ଭତ୍ତା ‌ହାତେଇଥିବା ୬୫ ଜଣ ଭେଣ୍ଡିଆଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଆଳି ବିଡିଓ ମିନତି ଜଗଦ୍ଦେବ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା ହାତେଇଥିବା ଏହି ୬୫ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଗତ ଫେବ୍ରୁଆରି ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେମାନେ ହାତେଇଥିବା ୭ ହଜାର ଟଙ୍କା ଲେଖାଏଁ ଭତ୍ତା ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେବାକୁ ବିଡିଓ ଏତଲାରେ ଉଲ୍ଲେଖ କରିଛନ୍ତି। 

ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟଭତ୍ତା ଅଭିଯୋଗକୁ ନେଇ ‘ସମ୍ବାଦ’ରେ ଲଗାତାର ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତନାଘନା ହୋଇଥିଲା। ଶେଷରେ ଏହି ତଦନ୍ତ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ୬୫ ଯୁବକ ଧରାପଡ଼ିଛନ୍ତି। ଆଳି ବିଡିଓ ଶ୍ରୀମତୀ ଜଗଦ୍ଦେବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୨୪ ଫେବ୍ରୁଆରିରେ ଏହି ଅଯୋଗ୍ୟ ହିତାଧିକାରୀ ଜାଲ୍‌ ସ୍କୁଲ୍‌ ସାର୍ଟିଫିକେଟ ଜରିଆରେ ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା ହାତେଇଥିଲେ। ଅନ୍ ଲାଇନ୍ ଆବେଦନରେ ଦେଇଥିବା ସତ୍ୟପାଠରେ ମଧ୍ୟ ମିଛ କାଗଜପତ୍ରକୁ ସତ୍ୟ ବୋଲି ଘୋଷଣା କରିଥିଲେ। ତଦନ୍ତ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ କାଗଜାତ ଯାଞ୍ଚ ସହିତ ହିତାଧିକାରୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୮ ହିତାଧିକାରୀ ଚିହ୍ନଟ ପରେ ଅଧିକ ତଦନ୍ତ କରାଯାଇ ୬୫ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ‌ ସେମାନଙ୍କ ନାମରେ ଏତଲା ଦିଆଯାଇଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ଆଉ ୧୫/୨୦ ଦିନ ସମୟ ଲାଗିବ ବୋଲି ବିଡିଓ କହିଛନ୍ତି।

ବୟସ ଜାଲିଆତି କରି ହାତେଇଥିଲେ ବାର୍ଦ୍ଧକ୍ୟଭତ୍ତା

ସୂଚନାଯୋଗ୍ୟ ଯେ ଆଳିର ଅର୍ଗଳ ପଞ୍ଚାୟତରେ ଗତ ଫେବ୍ରୁଆରିରେ ନୂଆ କରି ଭତ୍ତା ହାତେଇଥିବା ୩୦୩ ହିତାଧିକାରୀଙ୍କ ମଧୢରୁ ୨୪୩ ଅଯୋଗ୍ୟ ତଥା ଭେଣ୍ତିଆ ବୋଲି ଅଭିଯୋଗ ସାମନାକୁ ଆସିବା ପରେ ସାରା ଜିଲ୍ଲାରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା। କିନ୍ତୁ ଆଳି ବ୍ଲକ୍‌ ପ୍ରଶାସନ ଅଯୋଗ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗତ ସେପ୍ଟେମ୍ବରରୁ ଭତ୍ତା ବନ୍ଦ କରି ହାତବାନ୍ଧି ଚୁପ୍‌ ବସି ଯାଇଥିଲା। ଏ ସ˚କ୍ରାନ୍ତରେ ‘ସମ୍ବାଦ’ରେ ଲଗାତାର ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ବ୍ଲକ୍‌ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଥିଲା। ଏହି କ୍ରମରେ ଅର୍ଗଳ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ସାତ ଦିନ କାଳ ଡାକବାଜୀ ପ୍ରଚାର ସହିତ ଗତ ୯ତାରିଖରେ ହିତାଧିକାରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମାତ୍ର ଧରାପଡ଼ିଯିବା ଭୟରେ ଅଯୋଗ୍ୟମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସି ନଥିଲେ। ବର୍ତ୍ତମାନ ସୁଦ୍ଧା ଯାଞ୍ଚରୁ ୬୫ଜଣ ଅଯୋଗ୍ୟ ଧରାପଡ଼ିଛନ୍ତି, ଯେଉଁମାନେ କି’ ସ୍କୁଲ୍‌ ସାର୍ଟିଫିକେଟ୍‌କୁ ଜାଲିଆତି କରି ନିଜ ବୟସକୁ ୬୦ରୁ ଅଧିକ ଦର୍ଶାଇ ଭତ୍ତା ହାତେଇଛନ୍ତି। ଏହି ତାଲିକାରେ ୪୦/୪୫ ବର୍ଷ ବୟସର ଭେଣ୍ଡିଆ ଓ ଅନେକ ମହିଳା ବି ରହିଛନ୍ତି। ସେମାନଙ୍କ ବିରୋଧରେ ଆଜି ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe