ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି: ୨୭ରେ ବିଶାଳ ପାଇକ ସମାବେଶ

Advertisment
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି: ୨୭ରେ ବିଶାଳ ପାଇକ ସମାବେଶ

ରାଜ୍ୟପାଳଙ୍କୁ ଭେଟିଲେ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର : ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, କଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଓଡ଼ିଶା ବୀର ମହାସଂଘର ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଐତିହାସିକ ରବୀନ୍ଦ୍ରନାଥ ପରିଡ଼ା, ସମାଜସେବୀ ଗଣେଶ ସାମନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଐତିହାସିକ ତଥ୍ୟ ଦୃଷ୍ଟିକୋଣରୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବୋଲି ଘୋଷଣା କରିବାକୁ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘର ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଆଉ ଏକ ରାଜ୍ୟସ୍ତରୀୟ ବିରାଟ କନଗର୍ଜନ ସମାବେଶ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ମହାସଂଘ ତରଫରୁ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ଯଦି ସରକାର ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଜାନୁଆରି ମାସ ୨୪ ତାରିଖ ଦିନ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଦିଲ୍ଲୀର ଲାଲକିଲ୍ଲାରେ ପାଳନ କରାଯିବ। ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଦଳର ସମସ୍ତ ସାଂସଦ, ବିଜେଡି ଦଳର ସମସ୍ତ ସାଂସଦ ଓ କଂଗ୍ରେସ ଦଳର ସାଂସଦଙ୍କୁ ନିମନ୍ତ୍ରଣ କରାଯିବ। ଏହା ସହ ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହି ପାଇକ ସମାବେଶରେ ଯୋଗଦାନ କରିବା ପାଇଁ ଯେଉଁ ପାଇକ ଦଳମାନେ ରହୁଁଛନ୍ତି, ସେମାନେ ଫୋନ୍ ନଂ-୯୪୩୭ ୨୮୭୮୦୬ ସହ ଯୋଗାଯୋଗ କରିବାକୁ ମହାସଂଘ ତରଫରୁ ପ୍ରେସ୍ ଇସ୍ତାହାରରେ ନିବେଦନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe