ଆଜିଠାରୁ ଉତ୍କଳ କରାଟେ ସ୍କୁଲରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ

ବାଲେଶ୍ବରର ବିଭିନ୍ନ ମହାବିଦ୍ୟାଳୟରୁ ୯୬ ଛାତ୍ରୀଙ୍କ ଯୋଗଦାନ

ଆଜିଠାରୁ ଉତ୍କଳ କରାଟେ ସ୍କୁଲରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ

ବାଲେଶ୍ବର: ଫକୀରମୋହନ ସ୍ଵୟଂଶାସିତ ମହାବଦ୍ୟାଳୟ ପରିସରରୁ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ୯୬ ଜଣ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ରୀ ମନୋନୀତ ହୋଇ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ପାଇଁ ଯୋଗଦାନ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଯୁବ ନୀତି ୨୦୧୩ ଅନୁଯାଇ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଦ୍ବାରା ଆରମ୍ଭ ହୋଇଛି।

ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଶିକ୍ଷା ବିଭାଗର ମୁଖ୍ୟ ତଥା ଯୁକ୍ତତିନି ଜିଲ୍ଲା ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଅଧିକାରୀ ଡ.ବିଦ୍ୟୁତପ୍ରଭା ଦାସଙ୍କ ନେତୃତ୍ୱରେ ୨୫ ଟି ମହାବିଦ୍ୟାଳୟରୁ ଛାତ୍ରୀ ମନୋନୀତ ହୋଇଛନ୍ତି। ଉକ୍ତ ପ୍ରଶିକ୍ଷଣ ଜୁଲାଇ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ସଫଳ ରୂପାୟନ ନିମନ୍ତେ ଯୁକ୍ତଦୁଇ ଜିଲ୍ଲା ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଅଧିକାରୀ ଡ.ସନ୍ତୋଷ କୁମାର ରାଉତ, ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପ୍ରଭାତ କୁମାର ତରାଇ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe