ଫେକ୍ ଆଇଡି ପଛର ମାଷ୍ଟର ମାଇଣ୍ଡ ଚଣ୍ଡୀ: କରୁଥିଲା ଚରିତ୍ର ସଂହାର

ଛାତ୍ର ନେତାଙ୍କ ଫେକ୍ ଆଇଡି କରି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ଚଣ୍ଡୀ ପ୍ରସାଦ ମହାପାତ୍ର ଓରଫ ପପି ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କର ଘର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ....

Mastermind behind fake ID Chandi: Character assassination was being done

Mastermind behind fake ID Chandi: Character assassination was being done

ଭୁବନେଶ୍ବର: ଛାତ୍ର ନେତାଙ୍କ ଫେକ୍ ଆଇଡି କରି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ଚଣ୍ଡୀ ପ୍ରସାଦ ମହାପାତ୍ର ଓରଫ ପପି ଗିରଫ ହୋଇଛନ୍ତି। 

ଅଭିଯୁକ୍ତଙ୍କର ଘର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ । ଅଭିଯୋଗ ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୋଗକାରୀ ଛାତ୍ରନେତା ଜଣଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କର ଚରିତ୍ର ସଂହାର କରୁଥିଲା ।

ଇଂଷ୍ଟାଗ୍ରାମରେ ଫେକ ଆକାଉଣ୍ଟ ଖୋଲିବା ସହ କିଛି ମିଛ ଅଡିଓ ଏଡିଟ କରି ଭାଇରାଲ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା I

ଅଭିଯୋଗକାରୀଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଥିବାରୁ ସେ ଏହାକୁ ନେଇ ଆଇନର ଆଶ୍ରୟ ନେଇଥିଲେ। ସାଇବର ଥାନା ଏତଲା ଦେବା ସହ  ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। 

ଅଭିଯୁକ୍ତ ଜଣଙ୍କୁ କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ତାଙ୍କ ଠାରୁ କ୍ରାଇମରେ ବ୍ୟବହୃତ ଡିଜିଟାଲ ଡିଭାଇସ ଜବତ କରିଛି । କେସ ନମ୍ବର ୬୪୦ ରେ ଆଇଟି ଆକ୍ଟ ମୁତାବକ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe