ସୋନପୁର ଏନ୍‌ଏଚ୍‌ଏମ୍ ପୋର୍ଟାଲ ହ୍ୟାକ୍ କରି ୫ କୋଟି ଲୁଟ୍‌ ଘଟଣା: ଇଓଡବ୍ଲୁ ପଞ୍ଝାରେ ମାଷ୍ଟରମାଇଣ୍ଡ୍ ବିକାଶ

Advertisment

ଜବତ ହେଲାଣି ୩ କୋଟି ୩୦ଲକ୍ଷ, କୋଟିଏ ୭୦ଲକ୍ଷ ଟଙ୍କାର ପତ୍ତା ମିଳୁନି

ଜବତ ହେଲାଣି ୩ କୋଟି ୩୦ଲକ୍ଷ, କୋଟିଏ ୭୦ଲକ୍ଷ ଟଙ୍କାର ପତ୍ତା ମିଳୁନି

ସୋନପୁର ଏନ୍‌ଏଚ୍‌ଏମ୍ ପୋର୍ଟାଲ ହ୍ୟାକ୍ କରି ୫ କୋଟି ଲୁଟ୍‌ ଘଟଣା: ଇଓଡବ୍ଲୁ ପଞ୍ଝାରେ ମାଷ୍ଟରମାଇଣ୍ଡ୍ ବିକାଶ

ଭୁବନେଶ୍ବର : ସୋନପୁର ଜାତୀୟ ସ୍ବାସ୍ଥ୍ୟ ମିସନ୍‌ (ଏନ୍‌ଏଚ୍‌ଏମ୍‌)ର ପୋର୍ଟାଲ ହ୍ୟାକ୍‌ କରି ୫ କୋଟିରୁ ଊର୍ଧ୍ବ ଟଙ୍କା ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ତଥା ‘ଏମ୍‌ଏସ୍‌ ନାଚୁରାଲ’ର ମାଲିକ ବିକାଶ କୁମାର ମାନସିଂହକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ଇଓଡବ୍ଲୁ ବିକାଶକୁ ରାଉରକେଲାରୁ ଗିରଫ କରିବା ପରେ ଆଜି ସୋନପୁର ଏସ୍‌ଡି‌ଜେଏମ୍‌ କୋର୍ଟ‌ରେ ହାଜର କରାଇଛି।

ସୂଚନାନୁଯାୟୀ, ସୋନପୁର ଏନ୍‌ଏଚ୍‌ଏମ୍‌ର ପୂର୍ବତନ କର୍ମଚାରୀ ରାଜକିଶୋର ନାୟକଙ୍କ ସମେତ ୪ଜଣଙ୍କୁ ନେଇ ବିକାଶ ଏକ ଗ୍ୟାଙ୍ଗ୍ ତିଆରି କରିଥିଲା। ଏନ୍‌ଏଚ୍‌ଏମ୍‌ର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆକାଉଣ୍ଟକୁ ଜନସାଧାରଣ ଆର୍ଥିକ ପରିଚାଳନା ବ୍ୟବସ୍ଥା(ପିଏଫ୍ଏସ୍‌ଏମ୍) ପାଇଁ ଆସୁଥିବା ଟଙ୍କା ହଡ଼ପ କରିବାକୁ ଗତ ମାର୍ଚ୍ଚ ମାସରେ ଏହି ଗ୍ୟାଙ୍ଗ୍‌ ଯୋଜନା କରିଥିଲା। ରାଜକିଶୋର ଏନ୍‌ଏଚ୍‌ଏମ୍‌ର ପୂର୍ବତନ କର୍ମଚାରୀ ଥିବାରୁ କେମିତି ପୋର୍ଟାଲ ହ୍ୟାକ୍‌ କରିହେବ, ତାହା ତାଙ୍କୁ ଖୁବ୍‌ ଭଲ ଭାବେ ମାଲୁମ୍‌ ଥିଲା। ଗତ ବର୍ଷ ଏପ୍ରିଲ୍ ୨ରେ ରାଜକିଶୋର ଏନ୍‌ଏଚ୍‌ଏମ୍‌ର ପୋର୍ଟାଲ ହ୍ୟାକ୍‌ କରି ଏମ୍ଏସ୍ ନାଚୁରାଲ୍ କମ୍ପାନି ନାଁରେ ୫ କୋଟି ୧ଲକ୍ଷ ୫୦ହଜାର ଟଙ୍କାର ଏକ ଇ-ଚେକ୍ ବାହାର କରିଥିଲେ। ସେହି ଚେକ୍‌‌ରେ ସୋନପୁର ଏସ୍‌ବିଆଇ ବ୍ୟାଙ୍କ୍‌ରୁ ଟଙ୍କା ଉଠାଣ କରାଯାଇଥିଲା। ଅଭିଯୁକ୍ତମାନେ ପରେ ଟଙ୍କାକୁ ବିଭିନ୍ନ ଆକାଉଣ୍ଟକୁ ପଠାଇ ଦେଇଥିଲେ। ତେବେ ଏ କେଳେଙ୍କାରୀ ସଂପର୍କରେ ଜଣାପଡ଼ିବାରୁ ଏନ୍‌ଏଚ୍ଏମ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ପ୍ରଥମେ ଏନ୍‌ଏଚ୍‌ଏମ୍‌ର ପୂର୍ବତନ କର୍ମଚାରୀ ରାଜକିଶୋର ନାୟକ ଓ ତାଙ୍କୁ ସହଯୋଗ କରିଥିବା ସଂପର୍କୀୟ ଅନନ୍ତ ଚରଣ ପ୍ରଧାନ ଓ ଅବିନାଶ ପ୍ରଧାନକୁ ଗିରଫ କରିଥିଲା। ଏହାସହ ଏମ୍‌ଏସ୍ ନାଚୁରାଲ୍ କମ୍ପାନିର କର୍ମଚାରୀ ସମୀର କୁମାର ପତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଜେରା କରି ଇଓଡବ୍ଲୁ ପ୍ରାୟ ୩କୋଟି ୩୦ଲକ୍ଷ ଟଙ୍କା ଠାବ କରିବା ସହ ଏହି ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଥିଲା। କିନ୍ତୁ ବାକି ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା କୁଆଡ଼େ ଗଲା, ସେ ସଂପର୍କରେ ଇଓଡବ୍ଲୁ ପତ୍ତା ପାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe