ଦିଆସିଲି ବୋଝେଇ ଟ୍ରକ୍‌ ଜଳିଗଲା

Advertisment

ଭଣ୍ଡାରିପୋଖରୀ/ମଞ୍ଜୁରୀରୋଡ : ଆଜି ଭୋର ୪ଟା ସମୟରେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ୧୬ନ˚ ଜାତୀୟ ରାଜପଥର ଛତାବରଠାରେ ଏକ ଦିଆସିଲି ବୋଝେଇ ଟ୍ରକରେ ନିଆଁ ଲାଗିଯିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଟିଏନ-୫୨-ଡି-୪୩୭୭ ନଂ ଦିଆସିଲି ବୋଝେଇ ୧୦ଚକିଆ ଟ୍ରକଟି କଟକ ଆଡ଼ୁ ବାଲେଶ୍ବର ଅଭିମୁଖେ ଆସୁଥିବା ବେଳେ ବାଟରେ ଏକ କଣ୍ଟେନର ସହିତ ଘସି ହୋଇଯାଇଥିଲା। ଫଳରେ ଦିଆସିଲି ଟ୍ରକଟିରେ ନିଆଁ ଲାଗିଯାଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରକଟିକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ ଏବଂ ଛତାବର ନିକଟରେ ଏହା ରାସ୍ତା କଡ଼କୁ ଓଲଟି ପଡିଥିଲା। ତେବେ ଦିଆସିଲି ବୋଝେଇ ହୋଇଥିବାରୁ ଖୁବ୍ କମ୍‌ ସମୟ ଭିତରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ଭଣ୍ତାରିପୋଖରୀ ଥାନା ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ ସ୍ଥାନୀୟ ଲୋକମାନେ ଦିଆସିଲି ପ୍ୟାକେଟ ବୋହି ନେଉଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe