ଓଡ଼ିଶାରେ ମାତୃ ମୃତ୍ୟୁହାର ୧୮ ପଏଣ୍ଟ ଖସିଲା

୧୯ବର୍ଷରୁ କମ୍ ଗର୍ଭବତୀଙ୍କ ସଂଖ୍ୟାକୁ ଫାଙ୍କି ଦେଲେ

News Nation

ଭୁବନେଶ୍ବର : ଓଡ଼ିଶାରେ ମାତୃ ମୃତ୍ୟୁହାର (ଏମ୍‌ଏମ୍‌ଆର)ରେ ହ୍ରାସ ଘଟିଛି। ରାଜ୍ୟରେ ଏକାଥରକେ ୧୮ ପଏଣ୍ଟ ଖସି ଆସିଛି। ଜାତୀୟସ୍ତରରେ ଏହା ୯ ପଏଣ୍ଟ ବା ୭.୩ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଓଡ଼ିଶାରେ ଏହା ୧୦.୭ ପ୍ରତିଶତ ହ୍ରାସ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ୨୦୧୫/୧୭ରେ ଓଡ଼ିଶାରେ ମାତୃ ମୃତ୍ୟୁହାର ୧୬୮ ଥିବା ବେଳେ ୨୦୧୬/୧୮ବର୍ଷରେ ଏହା ୧୮ପଏଣ୍ଟ ଖସି ୧୫୦ରେ ପହଞ୍ଚିଯାଇଛି। ଦେଶରେ ୮ଟି ରାଜ୍ୟରେ ଏମ୍‌ଏମ୍‌ଆରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ତହିଁରେ ଓଡ଼ିଶା ସ୍ଥାନ ପାଇଛି। ୮ଟି ରାଜ୍ୟ ଭିତରୁ କେବଳ ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଓଡ଼ିଶାଠାରୁ ଭଲ ପ୍ରଦର୍ଶନ କରିଛି। ଅପରପକ୍ଷରେ ଆହୁରି ୧୧ଟି ରାଜ୍ୟ ଜାତୀୟ ହାରଠାରୁ ଅତି ଖରାପ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ରାଜ୍ୟରେ ମାତୃ ମୃତ୍ୟୁହାର ବା ଏମ୍‌ଏମ୍‌ଆରରେ କ୍ରମାଗତ ଭାବେ ହ୍ରାସ ଘଟୁଛି। ସ୍ବାସ୍ଥ୍ୟାନୁଷ୍ଠାନ‌ରେ ପ୍ରସବ ସାଙ୍ଗକୁ ମା’ମାନଙ୍କ ଯତ୍ନ ଏ ଦିଗରେ ଫଳପ୍ରଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe