‘ଗଣିତର ବ୍ୟବହାର ସହଜ ଅଟେ, ଭୟ ନକରି ଆଗ୍ରହ କରାଯିବା ଦରକାର’

ଶ୍ରୀ ରାମାନୁଜଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ୨୦୧୨ ମସିହା ଡିସେମ୍ବର ୨୨ତାରିଖ ଏହା ଘୋଷଣା କରିଥିଲେ।

chandahandi

ଜାତୀୟ ଗଣିତ ଦିବସ ଉଦଘାଟିତ 

ଚନ୍ଦାହାଣ୍ଡି: ସାଧାରଣତଃ ଗଣିତ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ସାମାନ୍ୟ ଭୟ ରହେ। କିନ୍ତୁ ଗଣିତ ଖୁବ୍ ସହଜ। ଦୈନନ୍ଦିନ ଜୀବନରେ ପ୍ରତି ମୁହୂର୍ତ୍ତରେ ଗଣିତର ବ୍ୟବହାର କରୁ। ସହଜ ଢଙ୍ଗରେ ପଢ଼ାଇଲେ ଏହା ଆନନ୍ଦ ଲାଗେ ବୋଲି ବକ୍ତାମାନେ କହିଛନ୍ତି। ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପୂଜାରୀଗୁଡ଼ା ଠାରେ ଜାତୀୟ ଗଣିତ ଦିବସର ଉଦ୍‌ଘାଟନ୍‌ ଅବସରରେ ବକ୍ତାମାନେ କହିଛନ୍ତି, ଗଣିତର ବ୍ୟବହାର ସହଜ ଅଟେ। ଏହାକୁ ଭୟ ନକରି ଆଗ୍ରହ କରାଯିବା ଆବଶ୍ୟକ। 

ପ୍ରଧାନଶିକ୍ଷକ ବାବୁଧର ସାହୁଙ୍କ ଆବାହକତ୍ୱରେରେ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀ ପ୍ରଥମେ ଅତିଥିଙ୍କୁ ସ୍ବାଗତ କରି ଥିଲେ। ଅତିଥିମାନେ ସମୁଦାୟ ୫୨ଟି ଗଣିତ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ। ପ୍ରତ୍ୟେକ ପ୍ରକଳ୍ପ ଉଚ୍ଚ କୋଟୀର ଏବଂ ଆନନ୍ଦ ଦାୟୀ ଥିଲା। ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ  ଶ୍ରୀନିବାସନ ରାମାନୁଜଙ୍କ ଅବଦାନକୁ ମନେ ପକାଇ ଗଣିତ ଦିବସ  ପାଳନ କରା ଯାଉଛି।

ଶ୍ରୀ ରାମାନୁଜଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରିବାକୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ୨୦୧୨ ମସିହା ଡିସେମ୍ବର ୨୨ତାରିଖ ଏହା ଘୋଷଣା କରିଥିଲେ। ଏହି ଅବସରରେ ସମସ୍ତ ଅତିଥି କିମ୍ବଦନ୍ତୀ ପୁରୁଷ ଶ୍ରୀ ରାମାନୁଜଙ୍କ ଦଶ ଫୁଟ୍ ଉଚ୍ଚତା ବିଶିଷ୍ଟ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ  ସହ ଏକ କାଗଜ  ଉଲ୍କା  ଛାଡିଥିଲେ। ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଜାନର ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ବସୁଦେବ ଗୌଡ, ମୁଖ୍ୟବକ୍ତା ଭାବେ ଶିକ୍ଷକ  ଶରତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବେ  ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରୀ,ଏବଂ  ପ୍ରେମ ଚାନ୍ଦ ସିଂ ଧରୁଆ, ପାନାବେଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀ, ଚିନ୍ମୟ ଚୌଧୁରୀ, ମୋହରା କ୍ଳଷ୍ଟର ସଂଯୋଜକ  ଏମ ବିଘ୍ନେଶ୍ୱର ଆଚାରୀ, ପୁର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କିଶୋର ମାଝୀ ମଞ୍ଚାସୀନ ଥିଲେ।

ଏହି ବର୍ଷ ଗଣିତ ଦିବସର ମୋଟୋ, "ପ୍ଲେ ଉଇଥ ମେଥ"  ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ମନ ଛୁଆଁ ସାଂସ୍କୃତିକ କାର୍ଯ୍ଯକ୍ରମ କରିଥିଲେ କରିଥିଲେ। ଆଜି ଠାରୁ ଆସନ୍ତା ମାସ ୨୨ ତାରିଖ ଏକ ମାସବ୍ୟାପି ପ୍ରତିଦିନର ଶେଷ ନିର୍ଘଂଟ ରେ ଗଣିତ ସମ୍ବନ୍ଧିତ ଗପ, ଗୀତ, ଧନ୍ଦା, ଚିତ୍ର, ନୂଆଁ ନୂଆଁ ପ୍ରକଳ୍ପ ଚାଲୁ ରହିବ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ମନରେ ଗଣିତ ପ୍ରତି ଆଗ୍ରହ ଆସିବ। କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ  ପୁରସ୍କାର ପ୍ରଦାନ କରି ଉତ୍ସାହ କରାଯାଇଥିଲା 

ଏହି କାର୍ଯ୍ଯକ୍ରମରେ ଭୀମ ସାହୁ, ସମସ୍ତ ନୂତନ ସଭ୍ୟ ସଭ୍ୟା, ଶିକ୍ଷକ ସଚ୍ଚିଦାନନ୍ଦ ବିଶୋଇ, ସୁରେଶ ସାହୁ, ନଜରାନା ପରବିନ୍, ପୁରୁଷୋତ୍ତମ ନାୟକ, ରାଜେନ୍ଦ୍ର ତନ୍ତୀ, ପ୍ରେମ୍ ରାଜ ମହାକୁଡ଼, ରାଜେନ୍ଦ୍ର ମାଝୀ, ମଧୁ ମେହେର ଗିରିଧାରୀ ନାୟକ, ହେମଲାଲ୍ ନାୟକ, ଦିବାକର ନାୟକ, ସଦାନନ୍ଦ ନାୟକ, ପଙ୍କଜ କୁମାର ସ୍ୱାଇଁ ଚନ୍ଦ୍ରମଣି ସାମଲ, ସଙ୍ଗୀତା ବେହେରା, ସୁପ୍ରିୟା ମିସ୍ତ୍ରୀ, ଧନଞ୍ଜୟ ମାଝୀ, ତଥା ଅଭିଭାବକ ଉପସ୍ଥିତ ହୋଇ ସହଯୋଗ କରିଥିଲେ। ଶିକ୍ଷକ ଗଜେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ଖମାରୀ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe