ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ବିଶୃଙ୍ଖଳା ବରଦା‌ସ୍ତ କରାଯିବନି

Advertisment
ଯୁକ୍ତ୨ ପରୀକ୍ଷା : ମାର୍ଚ୍ଚ ପହିଲା ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର

photo by : traffic-club.info

ଭୁବନେଶ୍ବର: ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ସରିବ। ପରେ ପରେ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ତେଣୁ ଉଭୟ ପରୀକ୍ଷାର ସୁପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ମାନସମନ୍ଥନ କରିଛନ୍ତି। ପରୀକ୍ଷା ପ୍ରସ୍ତୁତିର ଅଗ୍ରଗତି, ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବା ପରି ଏକାଧିକ ବିଷୟରେ ଉଭୟ ପରିଷଦର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି। ତେଣୁ ଡିସେମ୍ବର ୨୭ ସୁଦ୍ଧ‌ା ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା‌ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦେଶ ଦିଆଯାଇଛି।

ସବୁ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ଲାଗିବନି ସିସିଟିଭି
ମାଟ୍ରିକ୍‌ରେ ୫.୪ ଲକ୍ଷ, ଯୁକ୍ତ୨ରେ ୩.୫ ଲକ୍ଷ ପରୀକ୍ଷାର୍ଥୀ

ସବୁଠାରୁ ବଡ଼ ନିଷ୍ପତ୍ତିକ୍ରମେ କପି ହେଉଥିବା ପରୀକ୍ଷା କେନ୍ଦ୍ରକୁ ଏଥର ବାଦ୍‌ ଦିଆଯାଇଛି। ମାଟ୍ରିକ୍‌ରେ ୭ଟି ବିଦ୍ୟାଳୟ ଓ ଯୁକ୍ତ୨ରେ ୫ଟି କଲେଜ ପରୀକ୍ଷା କେନ୍ଦ୍ରରୁ ବାଦ୍‌ ପଡ଼ିଛନ୍ତି। ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି। ଗତଥର ପରି ୨୦୨୦ରେ ବି ମାଟ୍ରିକ୍‌ରେ ୨୭୫୦ରୁ ଅଧିକ ଓ ଯୁକ୍ତ୨ରେ ୧୧୦୦ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ୨ର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ଯେଉଁ କଲେଜ ନ ଲଗାଇବେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ତେବେ ଏଥର ବି ମାଟ୍ରିକ୍‌ର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରିବ ନାହିଁ। ମାଟ୍ରିକରେ ୩୦୦ ନୋଡାଲ ସେଣ୍ଟର ସହ ୭୦୦ ସେଣ୍ଟରରେ ସିସିଟିଭି ଲାଗିବ ନେଇ ନିଷ୍ପତ୍ତି ହୋଇଛି। ପରୀକ୍ଷା ପରିଚାଳନା ଲାଗି ପୂର୍ବଥର ପରି ଏଥର ବି ୪ ସ୍ତରୀୟ ସ୍କ୍ବାଡ୍‌ ହେବ। ପରିଷଦ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ହେବାକୁ ଥିବା ବେଳେ ‌‌ଜୋନାଲ, ଜିଲ୍ଲା ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ମଧ୍ୟ ଭିନ୍ନ ଭିନ୍ନ ସ୍କ୍ବାଡ୍‌ ଗଠନ ହେବ। ଚଳିତ ଥର ପ୍ରଥମ ଥର ପାଇଁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ସିଧାସଳଖ ଯୁକ୍ତ୨ ଓ ମାଟ୍ରିକ ପରୀକ୍ଷାକୁ ନିରୀକ୍ଷଣ କରିବେ। ପ୍ରତେକ ଜିଲ୍ଲା ପାଇଁ ଜଣେ ଲେଖାଏଁ ଅଫିସରସ୍ତରୀୟ ଅଧିକାରୀ ନିଯୁକ୍ତ ହେବେ। ଯେଉଁ ସ୍କୁଲରେ କପି ନେଇ ପୂର୍ବ ବର୍ଷଗୁଡିକରେ ବିବାଦ ଦେଖାଯାଇଛି ସେଠି ସିସିଟିଭି ଲାଗିବ। ଆସନ୍ତା ଶିକ୍ଷାବର୍ଷଠାରୁ ବର୍ଷ ଆରମ୍ଭରୁ ସମସ୍ତ କାର୍ଯ୍ୟସୂଚୀ ସ୍ଥିର ହେବ ବୋଲି ବୈଠକରେ ସ୍ଥିର ହୋଇଛି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷା ପରିଚାଳନାରେ ବିଶୃଙ୍ଖଳାକୁ ଏଥର ବରଦାସ୍ତ କରାଯିବ ନାହିଁ। ଯଦି କୌଣସି କେନ୍ଦ୍ରରୁ ପ୍ରଶ୍ନପତ୍ର ପ୍ରଘଟ କିମ୍ବା ଭାଇରାଲ୍‌ ହୁଏ ସମ୍ପୃକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କଠାରୁ ଆରମ୍ଭ କରି ତଳସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପରୀକ୍ଷାରେ କିଭଳି ତ୍ରୁଟି ନ ହୁଏ ସେଥିପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅସନ୍ତା ୨୭ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା କରାଯିବ। ଚଳିତବର୍ଷ ମାଟ୍ରିକରେ ୫ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଏବଂ ଯୁକ୍ତ୨ରେ ୩ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe