କଡ଼ାକଡ଼ି ହେବ ମାଟ୍ରିକ୍‌ ଓ +୨ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

Advertisment
ଫର୍ମ ପୂରଣ କରି ପିଲା ପରୀକ୍ଷା ନ ଦେବା ଘଟଣା, ପିଲାଙ୍କ ଅନୁପସ୍ଥିତି ‌ନେଇ ବିଇଓମାନଙ୍କୁ ରିପୋର୍ଟ ମାଗିଲେ ଡିଇଓ!

Firstpost

ଭୁବନେଶ୍ବର : ଆସନ୍ତା ୧୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା‌। ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ୨ ଥିଓରି। ଉଭୟ ପରୀକ୍ଷା ପରିଚାଳନା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଉଛି। ଯେଉଁ କିଛି ବିଦ୍ୟାଳୟରେ ସିସିଟିଭି ଲାଗିପାରିନି ସେଠାକାର କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଯେତେଶୀଘ୍ର ସମ୍ଭବ ସିସିଟିଭି ଲଗାଇବାକୁ କୁହାଯାଇଛି। ଏଥିସହ କପି ରୋକିବା ପାଇଁ ଏଥର ସ୍କ୍ବାଡ୍‌ ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯିବ। ପରୀକ୍ଷାର ସୁପରିଚାଳନାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମାର୍ଚ୍ଚ ୧୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏକକ ବାର୍ଷିକ ପରୀକ୍ଷା ଆୟୋଜନ କରିବାକୁ ଗଣଶିକ୍ଷା‌ ବିଭାଗ ଯୋଜନା କରିଛି। ‌‌ତେଣୁ ଗତଥର ପରି ଏଥର ଯେମିତି ବିଭ୍ରାଟ ନ ହୁଏ, କଳାପଟାରେ ପ୍ରଶ୍ନପତ୍ର ଲେଖା ନ ଯାଏ ସେଦିଗରେ ପଦକ୍ଷେପ ନିଆଯାଉଛି। ପରୀକ୍ଷା ସରିବା ପରେ ସଙ୍ଗେ ସଙ୍ଗେ ଉତ୍ତର ଖାତା ମୂଲ୍ୟାୟନ ହେବ। ମାର୍ଚ ମାସ ଶେଷ ସପ୍ତାହରେ ସ୍କୁଲରେ ଅୟୋଜିତ ହେବାକୁ ଥିବା ଶିକ୍ଷକ-ଅଭିଭାବକ ବୈଠକରେ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ଉତ୍ତର ଖାତା ଓ ମାର୍କ ଦେଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୁନାବେଡ଼ାର ଏକ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ଦିଆଯିବା ଘଟଣା ସଂପର୍କରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବର୍ତମାନ ସମୟରେ ଛାତ୍ରଙ୍କ ବୟାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଥାନାରେ ଏତଲା ହୋଇଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟର କାଁ ଭାଁ ସ୍ଥାନରେ ଏଭଳି ଘଟଣା ହେଉଛି। ତଥାପି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟର ୫୦ ହଜାରରୁ ଅଧିକ ବିଦ୍ୟାଳୟରେ ୬୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ‌ସେମାନଙ୍କ ସୁରକ୍ଷା ପାଇଁ ବିଭାଗ ସବୁବେଳେ ସଚେତନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe