photo by : updateodisha.com
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୨୦୧୯ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ତଥ୍ୟ ସଂଶୋଧନ ଜୁଲାଇ ୨୦ରୁ ଅଗଷ୍ଟ ୩ତାରିଖ ପର୍ଯନ୍ତ କରାଯିବ। ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ସ୍କୁଲ ଆଇଡି ଓ ପାସ୍ଓ୍ଵାର୍ଡ ବ୍ୟବହାର କରି ଛାତ୍ରଛାତ୍ରୀ ଦେଇଥିବା ବିଭିନ୍ନ ତଥ୍ୟରେ ତ୍ରୁଟି ଥିଲେ ତାହାକୁ ସଂଶୋଧନ କରିବେ। ତୃତୀୟ ଭାଷା ଭୁଲରେ ପୂରଣ ହୋଇଥିଲେ ତାହା ମଧ୍ୟ ସଂଶୋଧିତ କରାଯିବ। ଛାତ୍ରଛାତ୍ରୀଙ୍କ ଏନ୍ରୋଲ୍ମେଣ୍ଟ ନମ୍ବର, ନାମ, ଫଟୋଗ୍ରାଫ ବ୍ୟତୀତ ଅନ୍ୟ ତଥ୍ୟ ସଂଶୋଧିତ କରିବେ। ଛାତ୍ରଛାତ୍ରୀଙ୍କ ନାମ, ଫଟୋଗ୍ରାଫ ସଂଶୋଧନ କ୍ଷେତ୍ରରେ ପ୍ରଧାନଶିକ୍ଷକ ମୂଳ ପ୍ରମାଣପତ୍ର ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂଶୋଧନ ପ୍ରକ୍ରିୟା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଆସନ୍ତା ଅଗଷ୍ଟ ୩ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କରାଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
Follow Us