ମାଟ୍ରିକ୍‌ ଫର୍ମପୂରଣ ଅବଧି ବଢ଼ିଲା

Advertisment
ମାଟ୍ରିକ୍‌ ଫର୍ମପୂରଣ ଅବଧି ବଢ଼ିଲା

କଟକ : ମାଧୢମିକ ଶିକ୍ଷା ପରିଷଦ (ବୋର୍ଡ)ର ପକ୍ଷରୁ ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଫର୍ମପୂରଣ ସମୟସୀମା ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ମଧୢ ରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫର୍ମ ଦାଖଲ କରିପାରିବେ। ଏହା ପରେ ଫି ଦାଖଲ କରିବା ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସହାୟତାରେ ଏସ୍‌ବି କଲେକ୍ଟ୍‌ରେ ଦାଖଲ କରିପାରିବେ କିମ୍ବା କ୍ୟାସ୍‌ ଟ୍ରାନ୍‌ସଫର କରିପାରିବେ। ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ହେବାରୁ ବୋର୍ଡ ପକ୍ଷରୁ ବିନା ଜରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରଣ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଫର୍ମପୂରଣ ସମୟସୀମା ବିନା ଜରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe