କରୋନା ସତର୍କତା ଭିତରେ ଆସନ୍ତାକାଲିଠାରୁ ୬୧ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ

Advertisment
କରୋନା ସତର୍କତା ଭିତରେ  ଆସନ୍ତାକାଲିଠାରୁ ୬୧ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ପରୀକ୍ଷା ନୀରିକ୍ଷକ ସମୁଦାୟ ୬୧ଟି କେନ୍ଦ୍ରରେ ଖାତା ଦେଖିବେ। ସମସ୍ତ ପରୀକ୍ଷା ନୀରିକ୍ଷକ ସକାଳ ୮ଟା୩୦ରୁ ୯.୩୦ ମଧ୍ୟରେ ନିଜ ନିଜ କେନ୍ଦ୍ରରେ ପହଁଞ୍ଚିବାକୁ କୁହାଯାଇଛି। ପ୍ରତ୍ୟେକ ବିଭାଗର ପରୀକ୍ଷା ନିୟନ୍ତ୍ରକ ଓ ଉପ-ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ସାଢେ ୧୦ଟାରେ ହେବ । ଖାତା ଦେଖାର ସମୟ ସାଢେ ୮ଟାରୁ ସାଢେ ୨ଟା ଧାର୍ଯ୍ୟ କରାଯାଇଛି ।

ପ୍ରଥମ ଦିନରେ ନୀରିକ୍ଷକ ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରିବେ। ଦେଶରେ କରୋନା ଭୂତାଣୁ ବିପର୍ଯ୍ୟୟ ସତ୍ତ୍ୱେ ମାଟ୍ରିକ ପରୀକ୍ଷା ଖାତା ଦେଖା ପକ୍ରିୟା ସ୍ୱଭାବିକ ଭାବେ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ନୀରିକ୍ଷକ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନୀରିକ୍ଷକ ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତ ପରିସ୍କାର ଭାବେ ଧୋଇବାକୁ କୁହାଯାଇଛି।

ଖାତା ଦେଖା କେନ୍ଦ୍ରରେ ଅଜଥା ଗହଳି କରିବା ଉପରେ କଟଣା ଲଗାଯାଇଛି । ପ୍ରତ୍ୟେକ ନୀରିକ୍ଷକଙ୍କ ଭିତରେ ଏକ ମିଟରର ଦୂରତା ରଖିବାକୁ ଉପଦେଶ ଦିଆଯାଇଛି । ସୋମବାର ଅପରାହ୍ନରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭଡିଓ କନ୍‌ଫରେନ୍‌ସ ଜରିଆରେ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe