10th class student did not appear the examination
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍) ପରୀକ୍ଷାଫଳ ଆସନ୍ତା ମେ’ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ। ମାଟ୍ରିକ୍ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ୍ ସ୍କୁଲ)ଫଳାଫଳ ଏକକାଳୀନ ପ୍ରକାଶ ପାଇବ। ମୂଲ୍ୟାୟନ କାର୍ଯ୍ୟ ଆଉ ପାଖାପାଖି ୨ଦିନ ସମୟ ଲାଗିବ। ଏହାପରେ ଫଳ ପ୍ରକାଶନ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ଦ୍ବିତୀୟ ସପ୍ତାହରେ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।
ସେହିପରି ସାଧାରଣ ବିଜ୍ଞାନ ଦୀର୍ଘଉତ୍ତରମୂଳକ ପ୍ରଶ୍ନପତ୍ରରେ ୪ ନମ୍ବର ପ୍ରଶ୍ନ କମ୍ ରହିଥିବା ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରାଯିବା ସଂକ୍ରାନ୍ତରେ ବୋର୍ଡ ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି। ମାଟ୍ରିକ, ମଧ୍ୟମା, ଓପନ୍ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା। ରାଜ୍ୟରେ ୫୧ଟି କେନ୍ଦ୍ରରେ ମୂଲ୍ୟାୟନ ଚାଲିଥିବା ବେଳେ ଏଥିରେ ପାଖାପାଖି ୧୨ହଜାର ଶିକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ମାଟ୍ରିକ୍ର ସଂକ୍ଷିପ୍ତ ଉତ୍ତରମୂଳକର ଓଏମ୍ଆର୍ ଉତ୍ତରଫର୍ଦ୍ଦ ରାଜ୍ୟ ବାହାରେ ମୂଲ୍ୟାୟନ ଚାଲିଛି।
Follow Us