Firstpost
ଭୁବନେଶ୍ୱର: ରେଭେନ୍ସା ୟୁନିଭରସିଟିରେ ଏମବିଏ ପରୀକ୍ଷା ପାଇଁ ସିକ୍ୟୁରିଟି କୋଡ୍ ଓ ଡିଜିଟାଲ ଲକର ବ୍ୟବସ୍ଥା କରାଯାଇଥିବା ବେଳେ ହାଇଦ୍ରାବାଦର ଏକ କମ୍ପାନି ରେଭେନ୍ସା ପାଇଁ ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। ଆଉ ଏହି କୌଶଳକୁ ଆପଣେଇ ଚଳିତ ମାଟ୍ରିକ ପରୀକ୍ଷାକୁ କପିମୁକ୍ତ କରାଯିବା ନେଇ ପ୍ରସ୍ତୁତି ଚାଲିଛି।
The Times of Indiaଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ଓ ପ୍ରଶ୍ନ ପତ୍ରରେ ଡିଜିଟାଲ୍ ଲକ ରହିବ। ଆଉ ଏହି କୋଡକୁ ଖାଲି ଆଖିରେ ଦେଖି ହେବ ନାହିଁ । କିନ୍ତୁ ଯଦି କେହି ପ୍ରଶ୍ନ ପତ୍ରର ଫଟୋ ଉଠାଇଲେ ତେବେ ଏହା ସିକ୍ୟୁରିଟି କୋଡ ଆଡମିନଙ୍କୁ ଜଣା ପଡିଯିବ । ଫଳରେ କପି ରୋକାଯାଇପାରିବ ।
ଗତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷାର ୧୫ ମିନିଟ୍ ମଧ୍ୟରେ, ରାଜ୍ୟର ବିଭିନ୍ନ ସ୍ଥାନକୁ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ମାଟ୍ରିକ ପ୍ରଶ୍ନପତ୍ର । ଯେଉଁଥିପାଇଁ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ମାତ୍ର ଏଥର କପି ରୋକିବା ପାଇଁ ବୋର୍ଡ ନୂଆ ପଦକ୍ଷେପ ନେଉଛି ।
/sambad/media/post_attachments/wp-content/uploads/2019/12/matric-exam-start-4-e1519366876708.jpg)
ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନପତ୍ର ଖୋଲିପାରିବେ ନାହିଁ । ପରୀକ୍ଷା ସମୟ ଅନୁସାରେ ସାରା ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକା ସମୟରେ ପ୍ରଶ୍ନପତ୍ରର ଲକ ଖୋଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶ୍ନପତ୍ରକୁ ଜେରକ୍ସ କରାଗଲେ ବି ଧରାପଡିଯିବ । କାରଣ ଜେରକ୍ସ ଉପରେ କପି ଲେଖା ଆସିଯିବ। ଏଥର ପ୍ରାୟ ୬ ଲକ୍ଷ ପ୍ରଶ୍ନପତ୍ର ଛପାଯିବାକୁ ଥିବା ବେଳେ ସିକ୍ୟୁରିଟ୍ କୋଡ୍ ପାଇଁ ରାଜ୍ୟ ବାହାର ଆଇଟି ଫାର୍ମ ସହ ଚୁକ୍ତି ହୋଇଥିବା ଜଣାପଡ଼ିଛି ।
Follow Us