୨୯ରୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୧୨,୭୦୨ ଛାତ୍ରଛାତ୍ରୀ

Advertisment
୨୯ରୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୧୨,୭୦୨ ଛାତ୍ରଛାତ୍ରୀ

Kalinga TV

ସମ୍ବଲପୁର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ(ଏସ୍‌ଏ-୨), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି। ମେ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସମ୍ବଲପୁର ଜିଲ୍ଲାରେ ଚଳିତବର୍ଷ ମୋଟ ଉପରେ ୧୨,୭୦୨ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ।

ଏଥିପାଇଁ ଜିଲ୍ଲାରେ ମୋଟ ୭୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେଭଳି ଜିଲ୍ଲାରେ ୪୮ ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ପାଇଁ ୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପୂରା ଜିଲ୍ଲାରେ ୬ଟି ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ରଖିବା ବ୍ୟବସ୍ଥା କରାଯାଇଥିବା ଶିକ୍ଷାବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ପ୍ରଶ୍ନପତ୍ର ପଠାଇବା ପାଇଁ ମୋଟ ୨୧ଟି ଟିମ୍‌ ରହିବେ।  ଏହି ମାଟ୍ରିକ୍ ଏସ୍‌ଏ-୨ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୮ରୁ ୧୦ଟା ଯାଏ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe