Matric examination center 30 km away: Parents and students worried Photograph: (sambad.in)
ରାଉରକେଲା: ଫେବ୍ରୁଆରି ୨୦ରୁ ମେଟ୍ରିକ ପରୀକ୍ଷା। ସୁନ୍ଦରଗଡ଼ରେ ମୋଟ ୧୧୭ ପରୀକ୍ଷା କେନ୍ଦ୍ରରେ ୨୩,୦୦୧ ଉଭୟ ରେରୁରାଲ ଓ ଏକ୍ସରେଗୁରାଲ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସୁବିଧା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଦ୍ୟାଳୟଠୁ ୧୦ରୁ ୧୫ କି.ମି. ଦୂରରେ ରହିବା କଥା। ହେଲେ ଜିଲ୍ଲାର ନୂଆଗାଁ ବ୍ଲକରେ ଏହାର ତ୍ରୁଟି ଦେଖିବାକୁ ମିଳିଛି।
ବ୍ଲକର ସୋରଡାରୁ ମାତ୍ର ୪ କି.ମି. ଦୂର ଉର୍ମେଇ ଅପ୍ଗ୍ରେଡେଡ୍ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ୩୦ କି.ମି. ଦୂର ହାତୀବାରିରେ କରାଯାଇଛି। ବ୍ଲକର ଅନ୍ୟ ବିଦ୍ୟାଳୟଗୁଡ଼ିକର ପରୀକ୍ଷା କେନ୍ଦ୍ର ୫ରୁ ୧୫ କି.ମି. ମଧ୍ୟରେ କରାଯାଇଛି। ହେଲେ ଉର୍ମେଇ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ୩୦ କି.ମି. ଦୂର ହାତୀବାରିରେ କରାଯିବାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।
କେବଳ ଏତିକି ନୁହେଁ ଏତେ ଦୂରରେ ପରୀକ୍ଷାକେନ୍ଦ୍ର ପଡିଯିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି। ହାତୀବାରି ପରିବର୍ତ୍ତେ ୧୦ରୁ ୧୫ କି.ମି. ମଧ୍ୟରେ ଥିବା ପରୀକ୍ଷାକେନ୍ଦ୍ରରେ ଉର୍ମେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନୁମତି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ନେଇ ଜନ୍ମଜୟ ପଣ୍ଡା, ହାବିଲ ମୁଣ୍ଡା, ଜଗତପାଲ ଅହିର, ରଫିକ୍ ସମେତ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଉର୍ମେଇ ବିଦ୍ୟାଳୟରେ ଏକାଠି ହୋଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁ ସୁନା ଦର ଲକ୍ଷେ ଟପିବା ଆଶଙ୍କା
ଅଭିଭାବକମାନଙ୍କ କହିବାନୁଯାୟୀ ନୂଆଗାଁ ବ୍ଲକର ନୂଆଗାଁର କନ୍ୟାଶ୍ରମ ବିଦ୍ୟାଳୟ, ପି.ଏସ୍. ଉଚ୍ଚ ବିଦ୍ୟାଳୟ, ଖୁଣ୍ଟଗାଁ ବିଦ୍ୟାଳୟ, ଲୋଆରାମ ଉଚ୍ଚ ବିଦ୍ୟାଳୟ ଏମିତି ମୋଟ ୫ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। ୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୮ଟି ବିଦ୍ୟାଳୟର ମୋଟ ୧୦୬୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ଏମାନଙ୍କ ମଧ୍ୟରେ ଅଛନ୍ତି ଉର୍ମେଇ ବିଦ୍ୟାଳୟର ୬୨ ଛାତ୍ରଛାତ୍ରୀ। ଏମାନଙ୍କ ପରୀକ୍ଷା କେନ୍ଦ୍ର ନୂଆଗାଁ ମୁଖ୍ୟବଜାର ଓ ଏହାର ଆଖପାଖ ୪ଟି କେନ୍ଦ୍ରରେ କରାନଯାଇ ୩୦ କି.ମି ଦୂର ହାତୀବାରି କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନଙ୍କ ଯାତାୟତରେ ବାଧା ଉପୁଜିବ। ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନେ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ଜର୍ସିରେ ପାକିସ୍ତାନ ନାମ: ଶିବସେନା ପକ୍ଷରୁ ବିରୋଧ
Follow Us