ଟ୍ରକକୁ ଧକ୍କା ଦେଲା ବୋଲେରୋ: ମାଟ୍ରିକ୍‌ ପରୀକ୍ଷାର୍ଥୀ ମୃତ

Advertisment
ଟ୍ରକକୁ ଧକ୍କା ଦେଲା ବୋଲେରୋ: ମାଟ୍ରିକ୍‌ ପରୀକ୍ଷାର୍ଥୀ ମୃତ

କେନ୍ଦ୍ରାପଡା : ଗତକାଲି ବିଳମ୍ବିତ ରାତିରେ ନିକିରାଇ ଥାନା କଟକ-ଚାନ୍ଦବାଲି ରାସ୍ତାର ନବୋଦୟ ବିଦ୍ୟାଳୟ ନିକଟରେ ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ମାଟ୍ରିକ ପରୀକ୍ଷା ଦେଇଥିବା ବିଶ୍ବଜିତ ମାଝୀ(୧୫)ନାମକ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ରାଜନଗର ଥାନା ରାଜରାଜଶ୍ବେରପୁର ଗ୍ରାମର ରବୀନ୍ଦ୍ର ମାଝୀଙ୍କ ପୁଅ ବିଶ୍ବଜିତ ଏକ ବାହାଘର ଭୋଜି‌ରେ ଯୋଗଦେଇ ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ଏକ ବୋଲେରୋରେ ଭୁବନେଶ୍ବରରୁ ରାଜନଗରସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ନିକିରାଇ ଥାନା କଟକ-ଚାନ୍ଦବାଲି ରାସ୍ତାର ନବୋଦୟ ବିଦ୍ୟାଳୟ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ପଥର ବୋଝେଇ ଟ୍ରକକୁ ବୋଲେରୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଆଗ ସିଟରେ ବସିଥିବା ବିଶ୍ବଜିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିକିରାଇ ପୁଲିସ ଗାଡ଼ି ୨ଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି। ବିଶ୍ବଜିତ ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ। ଆଜି ଫଳ ଜାଣିବା ପୂର୍ବରୁ ତାଙ୍କର ଅକାଳ ମୃତ୍ୟୁ ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe