ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

Advertisment
ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

କଟକ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା  ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ଚାଲିବ। ଏନେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଏହି ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାରରଂଜନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏଥର ନେଡାଲ ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମ‌ାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି। ଚଳିତ ବର୍ଷ ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ।

ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ଏଥର ମାଟ୍ରିକ୍ ପରୀକ୍ଷା ଦେବେ। ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ପ୍ରଶ୍ନପତ୍ରର ପାଟର୍ନ ସମ୍ମେଟିଭ ୧ ଭଳି ରହିବ। ଏନେଇ ବୋର୍ଡ ୱେବ୍ ସାଇଟରେ ବିସ୍ତୃତ ତଥ୍ୟ ଉପଲବ୍ଧ ଅଛି। ସମ୍ମେଟିଭ ୧ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର୍ ସମ୍ମେଟିଭ ୨ ରେ ମଧ୍ୟ ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମ୍ମେଟିଭ ୧ ଯେତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ସେତିକି ସଂଖ୍ୟକ ପରୀକ୍ଷାର୍ଥୀ ସମ୍ମେଟିଭ ୨ ପରୀକ୍ଷା ଦେବେ। ଏନେଇ ବି ସୂଚନା ଦିଆଯାଇଛି।

publive-image

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଫେବ୍ରୁଆରି ୨୦ରୁ ୨୫ ତାରିଖ ଯାଏ ନବମ ଶ୍ରେଣୀର ପରୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି। ସେହି ମାସ ୨୨ରୁ ୨୮ ତାରିଖ ଯାଏ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲିବ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ଦଶମ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ହେବ। କାଉନସିଲ୍‌ ଅଫ୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ସିଆଇଏସ୍‌ସିଇ) ଅଧୀନ ଦଶମ ପରୀକ୍ଷା ଫେବ୍ରୁଆରି ୨୭ରୁ। ମାତ୍ର ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ପଢ଼ୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ଶିକ୍ଷାବିତମାନେ ଆକଳନ କରୁଥିଲେ ଯେ ଫେବ୍ରୁଆରି ଶେଷ ସପ୍ତାହରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇପାରେ। ମାତ୍ର ସେନେଇ ଆଉ ଦ୍ବନ୍ଦ୍ବ  ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe