ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା

Advertisment

ଏକ ସମୟରେ ହେବ ଷ୍ଟେଟ୍‌ ଓପନ୍‌ ସ୍କୁଲ, ମଧୢମା ପରୀକ୍ଷା, ମାଟ୍ରିକ୍‌, ମଧୢମା ପାଇଁ ୪ଟି ସମାନ୍ତରାଳ ପ୍ରଶ୍ନପତ୍ର, ପାସ୍ ପାଇଁ ଦରକାର ସର୍ବନିମ୍ନ ୧୫ ନମ୍ବର

ଏକ ସମୟରେ ହେବ ଷ୍ଟେଟ୍‌ ଓପନ୍‌ ସ୍କୁଲ, ମଧୢମା ପରୀକ୍ଷା, ମାଟ୍ରିକ୍‌, ମଧୢମା ପାଇଁ ୪ଟି ସମାନ୍ତରାଳ ପ୍ରଶ୍ନପତ୍ର, ପାସ୍ ପାଇଁ ଦରକାର ସର୍ବନିମ୍ନ ୧୫ ନମ୍ବର

ଫେବ୍ରୁଆରି ୨୨ରୁ ମାଟ୍ରିକ୍‌ ପରୀକ୍ଷା

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟକ ପରୀକ୍ଷା (ମାଟ୍ରିକ-୨୦୧୯, ରେଗୁଲାର ଓ ଏକ୍ସରେଗୁଲାର) ଫେବ୍ରୁଆରି ୨୨ତାରିଖରୁ ଆରମ୍ଭ ହେବ। ଏହା ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।  ଏହି ସମୟ ମଧୢରେ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା (ପ୍ରଥମ) ଓ  ମଧୢମା(ସ˚ସ୍କୃତ) ପରୀକ୍ଷା  ମଧୢ ଅନୁଷ୍ଠିତ ହେବ। ମଧୢମା ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ ୨ରେ ଶେଷ ହେଉଥିବାବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ନବମ ଶ୍ରେଣୀ ଧନ୍ଦାମୂଳକ ଥିଓରି ପରୀକ୍ଷା ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମାର୍ଚ୍ଚ ୭ତାରିଖ ବୁଧବାର ସକାଳ ୯ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ମଧୢମା(ସ˚ସ୍କୃତ) ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ହିଁ ପରୀକ୍ଷା କେନ୍ଦ୍ର ହେବ। ମାଟ୍ରିକ୍‌ ଓ ମଧୢମା ପରୀକ୍ଷା ପାଇଁ ଉଭୟ ଅବ୍‌ଜେକ୍ଟିଭ୍‌(ଓଏମ୍‌ଆର‌୍‌) ଓ ସବ୍‌ଜେକ୍ଟିିଭ୍‌ରେ ୪ଟି ଲେଖାଏଁ ସମାନ୍ତରାଳ ପ୍ରଶ୍ନପତ୍ର ଆସିବ। ପ୍ରତ୍ୟେକ ବିଷୟରେ ପାସ କରିବା ପାଇଁ ଜଣେ ପରୀକ୍ଷାର୍ଥୀଙ୍କୁ ଉଭୟ ବିଭାଗରେ ଅତି କମ୍‌ରେ ୧୫ନମ୍ବର ରଖିବାକୁ ପଡ଼ିବ। ପୂର୍ବରୁ  ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ରେ ୩ଟି ସେଟ୍‌ ପ୍ରଶ୍ନପତ୍ର ଆସୁଥିବାବେଳେ ଚଳିତବର୍ଷ ନୂତନ ଭାବେ ଉଭୟ ବିଭାଗରେ ୪ଟି ଲେଖାଏଁ ସମାନ୍ତରାଳ ସେଟ୍‌ କରାଯାଇଛି। ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ଓଏମ୍‌ଆର‌୍‌ ବ୍ୟବସ୍ଥା ନାହିଁ। ସେମାନଙ୍କ ପାଇଁ ପ୍ରଶ୍ନ-ଉତ୍ତର ବୁକ୍‌ଲେଟ୍‌ ବ୍ୟବସ୍ଥା ହୋଇଛି। ମାଟ୍ରିକ୍‌ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ନିଜ ସ୍କୁଲରେ ଜାନୁଆରି ୧୧ରୁ ୧୬ତାରିଖ ମଧୢରେ ଗୋଟିଏ ଦିନ ହେବ ଓ ଏହାର କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ।

ନବମ ଶ୍ରେଣୀ ଧନ୍ଦାମୂଳକ ଥିଓରି ପରୀକ୍ଷା ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ମାର୍ଚ୍ଚ ୭ ତାରିଖ ବୁଧବାର ସକାଳ ୯ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ମଧୢମା(ସ˚ସ୍କୃତ) ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ହିଁ ପରୀକ୍ଷାକେନ୍ଦ୍ର ହେବ। ମାଟ୍ରିକ୍‌ ଓ ମଧୢମା ପରୀକ୍ଷା ପାଇଁ ଉଭୟ ଅବ୍‌ଜେକ୍ଟିଭ୍‌(ଓଏମ୍‌ଆର‌୍‌) ଓ ସବ୍‌ଜେକ୍ଟିିଭ୍‌ରେ ୪ଟି ଲେଖାଏଁ ସମାନ୍ତରାଳ ପ୍ରଶ୍ନପତ୍ର ଆସିବ। ପ୍ରତ୍ୟେକ ବିଷୟରେ ପାସ କରିବା ପାଇଁ ଜଣେ ପରୀକ୍ଷାର୍ଥୀଙ୍କୁ ଉଭୟ ବିଭାଗରେ ଅତି କମ୍‌ରେ ୧୫ନମ୍ବର ରଖିବାକୁ ପଡ଼ିବ। ପୂର୍ବରୁ  ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ରେ ୩ଟି ସେଟ୍‌ ପ୍ରଶ୍ନପତ୍ର ଆସୁଥିବା ବେଳେ ଚଳିତ ବର୍ଷ ନୂତନ ଭାବେ ଉଭୟ ବିଭାଗରେ ୪ଟି ଲେଖାଏଁ ସମାନ୍ତରାଳ ସେଟ୍‌ କରାଯାଇଛି। ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ଓଏମ୍‌ଆର‌୍‌ ବ୍ୟବସ୍ଥା ନାହିଁ। ସେମାନଙ୍କ ପାଇଁ ପ୍ରଶ୍ନ-ଉତ୍ତର ବୁକ୍‌ଲେଟ୍‌ ବ୍ୟବସ୍ଥା ହୋଇଛି। ମାଟ୍ରିକ୍‌ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ନିଜ ସ୍କୁଲରେ ଜାନୁଆରି ୧୧ରୁ ୧୬ତାରିଖ ମଧୢରେ ଗୋଟିଏ ଦିନ ହେବ ଓ ଏହାର କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ‌େବାଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଫେବ୍ରୁଆରି ୨୨, ଶୁକ୍ରବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ଫେବ୍ରୁଆରି ୨୫ ସୋମବାର ଦ୍ବିତୀୟ ଭାଷା (ଇ˚ରାଜୀ, ହିନ୍ଦୀ, ମୂକବଧିରଙ୍କ ପାଇଁ ପରିବେଶ ଓ ଜନସ˚ଖ୍ୟା), ଫେବ୍ରୁଆରି ୨୭ ବୁଧବାର ତୃତୀୟ ଭାଷା ( ହିନ୍ଦୀ, ଓଡ଼ିଆ, ପାର୍ସି), ଫେବ୍ରୁଆରି ୨୮ତାରିଖ ଗୁରୁବାର ତୃତୀୟ ଭାଷା ସ˚ସ୍କୃତ, ମାର୍ଚ୍ଚ ୨ତାରିଖ ଶନିବାର ଗଣିତ, ମାର୍ଚ୍ଚ ୩ ତାରିଖ ରବିବାର ଭିଜୁଆଲ୍‌ ଆର୍ଟ ପ୍ରାକ୍ଟିକାଲ, ୬ ତାରିଖ ବୁଧବାର ବିଜ୍ଞାନ, ୮ତାରିଖ ଶୁକ୍ରବାର ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷା ପ୍ରଥମ ସିଟି˚ରେ ହେବ। ଏହା ସକାଳ ୯ଟାରେ ଆରମ୍ଭ ହୋଇ ୧୧ଟା ୩୦ରେ ସରିବ। କେବଳ ଗଣିତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ରେ ଶେଷ ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୮ଟା ୩୦ରେ ଓଏମ୍‌ଆର‌୍‌ ସିଟ୍‌, ୮ଟା ୪୫ରେ ଉଭୟ ସ˚କ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ୯ଟାରେ ପରୀକ୍ଷା ଆରମ୍ଭ ହେବ।

ସେହିପରି ମଧୢମା ସ˚ସ୍କୃତ ପରୀକ୍ଷାରେ ଫେବ୍ରୁଆରି ୨୨ ଶୁକ୍ରବାର ପ୍ରଥମ ପତ୍ର, ୨୩ ଶନିବାର ଦ୍ବିତୀୟ ପତ୍ର, ୨୫ ସୋମବାର ତୃତୀୟ ପତ୍ର, ୨୬ ତାରିଖ ମଙ୍ଗଳବାର ଚତୁର୍ଥ ପତ୍ର, ୨୭ ତାରିଖ ବୁଧବାର ପଞ୍ଚମ ପତ୍ର, ୨୮ତାରିଖ ଗୁୁରୁବାର ଷଷ୍ଠ ପତ୍ର, ମାର୍ଚ୍ଚ ୧ ତାରିଖ ଶୁକ୍ରବାର ସପ୍ତମ ପତ୍ର, ମାର୍ଚ୍ଚ ୨ତାରିଖ ଶନିବାର ଅଷ୍ଟମ ପତ୍ର ପରୀକ୍ଷା ହେବ। ସ˚ସ୍କୃତ ପରୀକ୍ଷା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପରୀକ୍ଷା ଦ୍ବିତୀୟ ସିଟି˚ ଅର୍ଥାତ୍‌ ଅପରାହ୍‌ଣ ୧.୩୦ ମିନିଟ୍‌ରୁ ଆରମ୍ଭ ହୋଇ ୪ଟାରେ ସରୁଥିବାବେଳେ କେବଳ ଗଣିତ ଅପରାହ୍‌ଣ ୪ଟା ୧୫ରେ ସରିବ।

ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷାରେ ଫେବ୍ରୁଆରି ୨୨ରେ ଇ˚ରାଜୀ, ୨୩ରେ ପେଣ୍ଟି˚, ୨୫ରେ ଓଡ଼ିଆ/ତେଲ୍‌ଗୁ/ ଉର୍ଦ୍ଦୁ/ ହିନ୍ଦୀ, ସ˚ସ୍କୃତ, ୨୬ରେ ପେଣ୍ଟି˚ ପ୍ରାକ୍ଟିକାଲ୍‌, ୨୭ରେ ଗଣିତ, ୨୮ରେ ହୋମ୍‌ସାଇନ୍‌ସ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୨ରେ ଇଣ୍ତିଆନ୍‌ କଲ୍‌ଚର ଆଣ୍ତ୍‌ ହେରିଟେଜ୍‌, ୩ ରେ ହୋମ୍‌ସାଇନ୍‌ସ ପ୍ରାକ୍ଟିକାଲ, ୬ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଓପନ୍‌ ସ୍କୁଲ ପରୀକ୍ଷା ଫର୍ମ ଫର୍ମପୂରଣ ଡିସେମ୍ବର ୧୫ତାରିଖ ସକାଳ ୮ଟାରୁ ଆରମ୍ଭ ହୋଇ ଡିସେମ୍ବର ୨୬ ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଫି ଦାଖଲ ଓ  ୨୭ତାରିଖ ମଧୢ ରାତି ପର୍ଯ୍ୟନ୍ତ ଫର୍ମଦାଖଲ ହୋଇପାରିବ।  ଫର୍ମପୂରଣ ପରେ ମାଟ୍ରିକ୍‌ ବା ମଧୢମା ପରୀକ୍ଷାରେ କୌଣସି ସବ୍‌ଜେକ୍ଟ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ୍‌  ଆରା ବେଗମ୍‌, ସ˚ପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe